ନ୍ୟୁୟର୍କ,୭|୦୬:ଯୁଦ୍ଧ ସମୟରେ ଇରାନର ମିସାଇଲ୍ ଓ ଡ୍ରୋନ ମାଡ଼ରେ ପଶ୍ଚିମ ଏସିଆରେ ଥିବା ଆମେରିକାର ସେନା ଘାଟିର ବିପୁଳ କ୍ଷୟକ୍ଷତି ହୋଇଛି। ଇରାନର ଏଭଳି ଡ୍ରୋନ ଆକ୍ରମଣକୁ ନେଇ ଶକ୍ତିଶାଳୀ ଆମେରିକା ଭୟଭୀତ ହୋଇଯାଇଛି। ତେଣୁ ଭବିଷ୍ୟତରେ ଇରାନର ଆକ୍ରମଣରୁ ରକ୍ଷା ପାଇବା ଲାଗି ପଶ୍ଚିମ ଏସିଆରେ ଥିବା କେତେକ ସେନାଘାଟିକୁ ପଶ୍ଚିମ ଏସିଆରୁ ହଟାଇ ଇସ୍ରାଏଲ ସ୍ଥାନାନ୍ତର କରିବାକୁ ଯୋଜନା କରିଛି।

ଏସବୁ ସେନାଘାଟି ପଶ୍ଚିମ ଏସିଆରୁ ଇସ୍ରାଏଲକୁ ସ୍ଥାନାନ୍ତର କରାଯାଇପାରେ। ମାର୍କିନ ଅଧିକାରୀଙ୍କ ଉକ୍ତିକୁ ଉଦ୍ଧାର କରି ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଲେଖିଛି ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ। ପରଦିନ ଅର୍ଥାତ ମାର୍ଚ୍ଚ ୧ରୁ ଇରାନ ପଶ୍ଚିମ ଏସିଆରେ ଥିବା ଆମେରିକାର ସେନାଘାଟିକୁ ଗର୍ଗେଟ କରି ମିସାଇଲ୍ ଓ ଡ୍ରୋନ ଆକ୍ରମଣ କରିଥିଲା। ଇରାନ ଆକ୍ରମଣରେ ପଶ୍ଚିମ ଏସିଆରେ ଥିବା ଆମେରିକାର ପ୍ରାୟ ୨୦ଟି ସେନାଘାଟି କ୍ଷତିଗ୍ରସ୍ତ ହୋଇଛି। ତେଣୁ ଇରାନର ଡ୍ରୋନ ଆକ୍ରମଣରୁ ସେନାଘାଟିକୁ ସୁରକ୍ଷିତ ରଖିବା ଲାଗି ଏହାକୁ ଇସ୍ରାଏଲକୁ ସ୍ଥାନାନ୍ତର କରିବ ଆମେରିକା। କାରଣ ଇସ୍ରାଏଲ ପର୍ଯ୍ୟନ୍ତ ଇରାନର ଡ୍ରୋନ ପହଞ୍ଚିବା ସହଜ ନୁହେଁ।

Also Read :- ଟ୍ରେନ ଟ୍ରାକରେ କାହିଁକି ବିଛାଯାଇଥାଏ ପଥର ? ଜାଣିଲେ ହେବେ ଆଶ୍ଚର୍ଯ୍ୟ..!

ଆମେରିକା ଓ ଇରାନ ମଧ୍ୟରେଶାନ୍ତିବୁଝାମଣା ସ୍ବାକ୍ଷରିତ ହୋଇଥିଲା ବେଳେ ସ୍ଥାୟୀ ଯୁଦ୍ଧ ବନ୍ଦ ଲାଗି ଆଲୋଚନା ଚାଲିଛି। ତଥାପି ଇରାନର ଆକ୍ରମଣ ଭୟ ଆମେରିକାକୁ ଗୋଡାଉଛି। ତେଣୁ ସୈନ୍ୟ ଓ ସାମରିକ ଉପକରଣର ସୁରକ୍ଷା ଲାଗି ସେନାଘାଟି ଇସ୍ରାଏଲକୁ ସ୍ଥାନାନ୍ତର କରିବାକୁ ଆମେରିକା ଚାହୁଁଛି। ଇରାନର ମିସାଇଲ୍ ଓ ଡ୍ରୋନ ଆକ୍ରମଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାହାରିନରେ ଥିବା ଆମେରିକାର ନୌସେନା କମାଣ୍ଡ ସେଣ୍ଟର। ନାଭାଲ ସପୋର୍ଟ ଆକ୍ଟିଭିଟି ବାହାରିନ ନାମକ ଏହି କେନ୍ଦ୍ର ଆମେରିକାର ପ୍ରମୁଖ ସେଣ୍ଟର ଥିଲା। ଏହିଠାରୁ ଆମେରିକା ସେନା ପଶ୍ଚିମ ଏସିଆର କମାଣ୍ଡ କରୁଥିଲା। ନିଜ ଦେଶ ବାହାରେ ଏହା ଆମେରିକାର ସବୁଠୁ ବଡ ସାମରିକ ସେଣ୍ଟର।

ଇରାନ ଆକ୍ରମଣରେ ଆମେରିକାର ମୁଖ୍ୟ କମାଣ୍ଡ ସେଣ୍ଟର,ଏହା ସଂଲଗ୍ନ ୧୨ରୁ ଅଧିକ ବିଲିଂ ଏବଂ ଦୁଇଟି ସାଟେଲାଇଟ୍ କମ୍ୟୁନିକେସନ ସିଷ୍ଟମ ଧ୍ବଂସ ପାଇଛି। ଏହି କେନ୍ଦ୍ରର ବ୍ୟାପକ କ୍ଷତି ହୋଇଥିଲେ ମଧ୍ୟ କୌଣସି ସେନା ଅଧିକାରୀ ମୃତାହତ ହୋଇନଥିଲେ । କାରଣ ବହୁ ପୂର୍ବରୁ ଆମେରିକା ସେଠାରୁ ସୈନ୍ୟଙ୍କୁ ସ୍ଥାନାନ୍ତର କରିଥିଲା । ଆମେରିକା ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ରଙ୍କକହିବାନୁଯାୟୀ ଆମର ମୁଖ୍ୟ ଲକ୍ଷ୍ୟ ଥିଲା ଇରାନ ଆକ୍ରମଣରୁ ଲୋକଙ୍କୁ ବଞ୍ଚାଇବା,କୋଠାକୁ ନୁହେଁ । ଯୁଦ୍ଧବେଳେ ଇରାନ ପଶ୍ଚିମ ଏସିଆରେ ଥିବା ଆମେରିକାର ସେନାଘାଟି ଉପରକୁ ୮ ହଜାର ମିସାଇଲ୍ ଓ ଡ୍ରୋନ ଆକ୍ରମଣ କରିଛି। ଶସ୍ତା ଡ୍ରୋନରେ ଆମେରିକାର କୋଟି କୋଟି ଡଲାର ମୂଲ୍ୟର ସେନାଘାଟିକୁ କ୍ଷଣିକ ମଧ୍ୟରେ ଧ୍ୱଂସ କରିଛି ଇରାନ। ତେଣୁ ସେନାଘାଟି ସ୍ଥାନାନ୍ତର ସହ ଏହାର ସୁରକ୍ଷା ଲାଗି ଅଧିକ ସଂଖ୍ୟକ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ ଏବଂ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆମେରିକା ଯୋଜନା କରୁଛି।