ନୂଆଦିଲ୍ଲୀ, ୧/୦୫ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଡେମୋକ୍ରାଟ୍ ସାଂସଦ ସାରା ଜେକବ୍ସ ଦେଇଥିବା ବୟାନକୁ ନେଇ ବିବାଦ ଦେଖାଦେଇଛି। ଟ୍ରମ୍ପଙ୍କ ମାନସିକ ସ୍ଥିତି ଠିକ୍ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥଙ୍କ ସହ ତାଙ୍କର ଜୋରଦାର ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି।

ଇରାନ ଯୁଦ୍ଧ ପରେ ପ୍ରତିରକ୍ଷା ସଚିବ ହେଗସେଥ୍ ପ୍ରଥମ ଥର ପାଇଁ ସଂସଦରେ ଡେମୋକ୍ରାଟିକ୍ ସାଂସଦମାନଙ୍କର ସାମ୍ନା କରିଥିଲେ। ହାଉସ୍ ଆର୍ମଡ ସର୍ଭିସେସ କମିଟି ସମ୍ମୁଖରେ ସେ ହାଜର ହୋଇଥିଲେ। ବିତର୍କ ପ୍ରାରମ୍ଭରେ ହେଗସେଥ୍ ଡେମୋକ୍ରାଟ୍ ଏବଂ କିଛି ରିପବ୍ଲିକାନଙ୍କ ବୟାନକୁନିରାଶାବାଦୀଦର୍ଶାଇଥିଲେ। ଏଭଳି ସମାଲୋଚନା ଆମେରିକାର ସବୁଠୁ ବଡ଼ ଶତ୍ରୁ ବୋଲି କହିଥିଲେ। ଡେମୋକ୍ରାଟ୍ ସାଂସଦମାନେ ଯୁଦ୍ଧରେ ସରକାରୀ ଅର୍ଥକୁ ମନମୁଖି ଭାବେଖର୍ଚ୍ଚ କରିବାକୁ ନେଇ ପ୍ରଶ୍ନ କରିଥିଲେ। ଅଦ୍ୟାବଧି ଯୁଦ୍ଧରେ ୨୫ ବିଲିୟନ ଡଲାର ଖର୍ଚ୍ଚ ହୋଇଥିବା କହିଥିଲେ। ଏହାପରେ ଟ୍ରମ୍ପଙ୍କ ବିଭିନ୍ନ ବୟାନକୁନେଇ ସାଂସଦମାନେ ହେଗସେଥଙ୍କୁ ଘେରିଥିଲେ। ତାଙ୍କୁ ସିଧାସଳଖ ପ୍ରଶ୍ନ କରି ସାରା କହିଥିଲେ,ଆପଣଙ୍କୁ ଲାଗୁଛି ଯେ ଆମ ରାଷ୍ଟ୍ରପତିଙ୍କ ମାନସିକ ଅବସ୍ଥା ଠିକ୍ ଅଛି?କମାଣ୍ଡର-ଇନ୍-ଚିଫ୍ ଦାୟିତ୍ଵ ପୂରଣ ଲାଗି ସେ ସ୍ଥିର ଅଛନ୍ତି କି ବୋଲି ସେ ପଚାରିଥିଲେ।

ହେଗସେଥଙ୍କ ପ୍ରତିକ୍ରିୟା

ଏହି ପ୍ରଶ୍ନରେ ହେଗସେଥ୍ କ୍ଷୁବ୍ଧ ହୋଇଯାଇଥିଲେ। ଜୋ ବାଇଡେନଙ୍କୁ ଏଭଳି ପ୍ରଶ୍ନ କରିଥିଲି କି ବୋଲି ସେ ଓଲଟା ପଚାରିଥିଲେ। ତାଙ୍କ ଅନୁସାରେ,ବାଇଡେନ୍ ଠିକ୍ ଭାବେ କହିପାରୁ ନ ଥିବା ବେଳେ ତାଙ୍କୁ କେହି କିଛି କହୁ ନ ଥିଲେ। ପୁଣି ଜବାବ ଦେଇ ସାରା କହିଥିଲେ,୨୦୨୪ ନିର୍ବାଚନରେ ବାଇଡେନ୍ ଆମର ରାଷ୍ଟ୍ରପତି ପ୍ରାର୍ଥୀ ନ ଥିଲେ। ଏହାପରେ ହେଗସେଥ୍ ଏଭଳି ଯୁକ୍ତିତର୍କ କରିବାକୁ ଚାହୁଁ ନ ଥିବା କହିଥିଲେ ।

Also Read :-ଯୁଦ୍ଧ ଖର୍ଚ୍ଚର ବିବରଣୀ ଦେଲା ପେଣ୍ଟାଗନ୍‌, ବିଶେଷଜ୍ଞ କହିଲେ- ତଥ୍ୟ ଭୁଲ୍‌

ଉଲ୍ଲେଖଯୋଗ୍ୟ ଯୁଦ୍ଧ ଆରମ୍ଭରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଇରାନକୁ ବାରମ୍ବାର ଧମକ ଦେଉଛନ୍ତି। କେତେବେଳେ ଯିଶୁ ଖ୍ରୀଷ୍ଟଙ୍କ ଭଳି ଏଆଇ ଫଟୋ ତ କେତେବେଳେ ହାତରେ ରାଇଫଲ୍ ଧରି ଧମକ ଦେଉଛନ୍ତି। ଇରାନକୁ ମାନଚିତ୍ରରୁ ହଟାଇଦେବା ନେଇ କହିଛନ୍ତି। ସେ ପୋପ୍ଙ୍କ ବିରୋଧରେ ବି ବୟାନବାଜି କରିଥିଲେ। ଯାହା ଅନ୍ୟ ବିବାଦକୁ ଟାଣିଥିଲା ।