ନୂଆଦିଲ୍ଲୀ : Gmail ୟୁଜରଙ୍କ ପ୍ରାଇଭେସିକୁ ନେଇ ଚିନ୍ତା । ୟୁଜରଙ୍କ ଡାଟା ଆକ୍ସେସ କରିପାରେ ଗୁଗୁଲ । ନିଜ AI ମଡେଲଗୁଡ଼ିକୁ ତାଲିମ ଦେବା ପାଇଁ ଜିମେଲ୍ ଡାଟା ଚୋରି କରିପାରେ ଟେକ ଜାଏଣ୍ଟ । ଟେକ୍ ବିଶେଷଜ୍ଞଙ୍କ ବଡ଼ ଖୁଲାସା ପରେ ବଢ଼ିଲା ଚିନ୍ତା। ରିପୋର୍ଟ ଅନୁଯାୟୀ, Gmail ରେ କିଛି ସ୍ମାର୍ଟ ଫିଚର୍ ଡିଫଲ୍ଟ ଭାବରେ ଅନ୍ ରହିଥାଏ ବା ଚାଲୁ ରହିଥାଏ, ଯାହା ଦ୍ୱାରା AIକୁ ବ୍ୟକ୍ତିଗତ ମେସେଜ୍ ସହଜରେ ମିଳି ଯାଇଥାଏ। ଏହି କାରଣରୁ ୟୁଜରମାନଙ୍କୁ ସେମାନଙ୍କର ସେଟିଂସ୍ ନିଜେ ଯାଞ୍ଚ କରି ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଉଛି।

ଇଞ୍ଜିନିୟରିଂ YouTuber ଏବଂ ଟେକ୍ ଏକ୍ସପର୍ଟ ଡେଭେରି ଜୋନ୍ସ X ରେ ପୋଷ୍ଟ କରି ଚେତାବନୀ ଦେଇଛନ୍ତି ଯେ Gmail ୟୁଜରମାନେ ପୂର୍ବରୁ AIକୁ ଅପସନ୍ ଭାବେ ବାଛି ସାରିଛନ୍ତି। ତାଙ୍କ ଅନୁସାରେ, ଜିମେଲ୍ ଆପଣଙ୍କ ବ୍ୟକ୍ତିଗତ ଏବଂ ଆଟାଚମେଣ୍ଟର ଆକ୍ସେସ ନେଇ ଏଆଇକୁ ଦେଇପାରେ । ସେ ଏହାକୁ ଏକ ଗମ୍ଭୀର ସମସ୍ୟା ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ୟୁଜରମାନଙ୍କୁ ଦୁଇଟି ଭିନ୍ନ ସ୍ଥାନରେ ସେଟିଂସ୍ ମାନୁଆଲୀ ବନ୍ଦ କରିବାକୁ ପଡିବ।

ରିପୋର୍ଟ ଅନୁଯାୟୀ, Gmail ର ସ୍ମାର୍ଟ ଫିଚର୍ ଏବଂ ୱାର୍କସ୍ପେସ୍ ସ୍ମାର୍ଟ ଫିଚର୍ ବ୍ୟବହାରକାରୀଙ୍କ ଡାଟା ଆକ୍ସେସ୍ କରିପାରିବ। ଏହି ଫିଚର୍ଗୁଡ଼ିକ ସାହାଯ୍ୟରେ Ask Gemini, Content Summary, Smart Suggestions ଏବଂ Google Assistant ଭଳି ପାୱାର ଟୁଲ୍ସ କାମ କରିଥାଏ। । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଏହି AI ବୈଶିଷ୍ଟ୍ୟଗୁଡ଼ିକ ଇନବକ୍ସ ଡାଟା ଉପରେ ବହୁତ ନିର୍ଭର କରେ। ତେଣୁ, ଏହି କାରଣରୁ ତାକୁ ବନ୍ଦ୍ କରିବା ଦ୍ୱାରା Gmailର AI ଇଣ୍ଟିଗ୍ରେସନ୍ ହଟି ଯାଇଥାଏ।

Gmailରେ ସ୍ମାର୍ଟ ଫିଚର୍ସ କିପରି ବନ୍ଦ୍ କରିବେ ?

ଡେସ୍କଟପ୍ କିମ୍ବା ଲାପଟପ୍ ୟୁଜରମାନେ Gmailରେ ସେଟିଂସ୍ କୁ ଯାଇ ସ୍ମାର୍ଟ ଫିଚର୍ସ କ୍ୟାଟେଗୋରିକୁ ଯିବାକୁ ହେବ । ଏଠାରେ, ସେମାନେ "Gmail, Chat, ଏବଂ Meet ରେ ସ୍ମାର୍ଟ ଫିଚର୍ସ ଚାଲୁ କରନ୍ତୁ ବା Turn on କରନ୍ତୁ। " ଏବା ପରେ " Manage Workspace ସ୍ମାର୍ଟ ଫିଚର୍ସ ସେଟିଂସରେ କ୍ଲିକ୍ କରନ୍ତୁ। ଏହା ଦ୍ୱାରା ଏକ ନୂଆ ପପ୍-ଅପ୍ ୱିଣ୍ଡୋ ଖୋଲିବ । AI ପ୍ରବେଶକୁ ସମ୍ପୂର୍ଣ୍ଣ ଭାବରେ ରୋକିବା ପାଇଁ ଏଠାରେ Google products ଓ Google Workspace ସହ ଜଡ଼ିତ ସ୍ମାର୍ଟ ଫିଚର୍ସକୁ ବି ବନ୍ଦ୍ କରିବା ଜରୁରୀ।

ତେବେ ଡାଟା ଚୋରି ଅଭିଯୋଗ ପରେ Google ଏହି ଅଭିଯୋଗଗୁଡ଼ିକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛି। କହିଛି ଯେ Gmail ଡାଟା AI ତାଲିମ ପାଇଁ ବ୍ୟବହୃତ ହୁଏ ନାହିଁ। କମ୍ପାନୀ ଅନୁଯାୟୀ, ୟୁଜରଙ୍କ ଡାଟା କେବଳ ଫିଚର୍ସ ଫଙ୍କସନ୍ ଏବଂ ପ୍ରକ୍ରିୟାକରଣ ପାଇଁ ବ୍ୟବହୃତ ହୁଏ। ତଥାପି, ଅନେକ ସାଇବର ସୁରକ୍ଷା ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ Gemini ପରି AI ବୈଶିଷ୍ଟ୍ୟଗୁଡ଼ିକ ଅତ୍ୟଧିକ ଆକ୍ରମଣାତ୍ମକ। ଏହା ବ୍ୟତୀତ, Gmailର ଜଟିଳ ସେଟିଂସ୍ ସାଧାରଣ ବ୍ୟବହାରକାରୀଙ୍କୁ ଭ୍ରମିତ କରେ। ଯାହା କାହାରି ଗୋପନୀୟତା ବା ପ୍ରାଇଭେସିକୁ ବିପଦରେ ପକାଇପାରେ ।