ନୂଆଦିଲ୍ଲୀ: ଆମେରିକାର ଆଉ ଗୋଟିଏ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ଏଫ-୩୫କୁ ଧ୍ବଂସ କରିଥିବା ନେଇ ଦାବି କଲା ଇରାନ୍ । ମଧ୍ୟ ଇରାନ ଆକାଶରେ ଏହି ବିମାନକୁ ଆଇଆରଜିସିର ଆଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଖସାଇ ଦେଇଛି ବୋଲି ତେହେରାନ ଦାବି କରିଛି । ଇରାନର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଥିବା ବେଳେ, ପାଇଲଟ ବିମାନରୁ ବାହାରି ପାରିନାହାନ୍ତି ବୋଲି କହିଛି । ଅନ୍ୟ କିଛି ମିଡିଆ ରିପୋର୍ଟ ଅନୁସାରେ, ଆମେରିକୀୟ ପାଇଲଟଙ୍କୁ ଇରାନ୍ ବନ୍ଦୀ କରିନେଇଛି। ସେପଟେ ଏଭଳି ଦାବିକୁ ନେଇ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇରାନର ତସଲିମ୍ ନ୍ୟୁଜ୍ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ, ‘ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଆଜି (ଶୁକ୍ରବାର, ଏପ୍ରିଲ ୩, ୨୦୨୬) ଏକ ଆମେରିକୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଛି। ଆକ୍ରମଣ ପରେ ପାଇଲଟ୍ ବିମାନରୁ ବାହାରି ଦେଶର ସୀମା ଭିତରେ ଅବତରଣ କରିଥିଲେ।’ମେହର ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି, ‘ଆମେରିକା ବିଶ୍ୱାସ କରୁଛି ଏହାର ପାଇଲଟ୍ ଜୀବିତ ଥାଇପାରନ୍ତି ଏବଂ ସେମାନେ ତାଙ୍କୁ ଇରାନର ସୀମାରୁ ବାହାର କରିବାକୁ ଚେଷ୍ଟା କରୁଛି । କିନ୍ତୁ ପାଇଲଟଙ୍କୁ ଇରାନ ସେନା ବନ୍ଦୀ କରିଥାଇପାରେ।’

Also Read: ଇରାନ୍ ଯୁଦ୍ଧ ମଧ୍ୟରେ ଆମେରିକାର ବଡ଼ ନିଷ୍ପତ୍ତି, ମୁତୟନ କରିବ ୪୮ଟି F-35 ଫାଇଟର୍ ଜେଟ୍

ଇରାନର କେନ୍ଦ୍ରୀୟ ଆକାଶ ମାର୍ଗରେ ଏକ ନୂତନ IRGC ଏରୋସ୍ପେସ୍ ଫୋର୍ସ ବାୟୁ-ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଦ୍ୱିତୀୟ ଆମେରିକୀୟ ପଞ୍ଚମ ପିଢ଼ିର F-35 ବିମାନକୁ ଖସାଇ ଦିଆଯାଇଛି। ଦୁର୍ଘଟଣା ସମୟରେ ଭୟଙ୍କର ବିଶାଳ ବିସ୍ଫୋରଣ ହୋଇଥିବାରୁ ଏହାର ପାଇଲଟ୍ ବାହାରକୁ ଆସିବାର ସମ୍ଭାବନା କମ୍ । ଏହା କହିଛନ୍ତି ଖାତାମ ଅଲ-ଆନବିୟା ମୁଖ୍ୟାଳୟର ମୁଖପାତ୍ର ।

ବଡ଼ ଦାବି କରିଥିଲା ଇରାନ୍

ଏହା ପୂର୍ବରୁ ଆମେରିକାର F-35 ବିମାନ ଖସାଇ ଥିବା ନେଇ ଇରାନ୍ ଦାବି କରିଥିଲା । ମାର୍ଚ୍ଚ ୧୯ରେ ଇରାନ ଦାବି କରିଥିଲା, ଦୁନିଆର ପ୍ରଥମ ଦେଶ ଭାବରେ ଇରାନ୍, ଆମେରିକାର ଅତ୍ୟାଧୁନିକ ଯୁଦ୍ଧ ବିମାନ ଖସାଇ ଦେଇଛି । ଆମେରିକାର ସେନା ଲାଗି ଗୁରୁତ୍ବପୂର୍ଣ୍ଣ ଏବଂ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଏଫ-୩୫କୁ ଇରାନ୍ ଭଳି ଦେଶ ଧ୍ବଂସ କରିବା ଖବର ସମଗ୍ର ବିଶ୍ବରେ ଚହଳ ସୃଷ୍ଟି କରିଥିଲା । ଏହାରି ମଧ୍ୟରେ, ସିଏନଏନ ରିପୋର୍ଟ କରିଥିଲା, ଆମେରିକା ଏକ ଏଫ-୩୫ ବିମାନ ଇରାନର ମିସାଇଲ୍ ମାଡ଼ ପରେ ଜରୁରୀ ଅବତରଣ କରିଥିଲା । ସମ୍ଭବତଃ ଏହାର ପାଇଲଟ୍ ସୁରକ୍ଷିତ ଅଛନ୍ତି ଏବଂ ତଦନ୍ତ ଆରମ୍ଭ ହୋଇଛି ।