News7 Logo

କ୍ରିକେଟ ପ୍ରେମୀଙ୍କୁ ଝଟ୍‌କା: ନୂଆ ଜିଏସ୍‌ଟି ସଂଶୋଧନରେ ମହଙ୍ଗା ହେବ ଆଇପିଏଲ୍‌ ମ୍ୟାଚ୍ ଦେଖିବା

NEWS7
IPL tickets get costlier under 40% GST

ନୂଆଦିଲ୍ଲୀ: ଏବେ କ୍ରିକେଟ୍ ପ୍ରେମୀଙ୍କୁ ଷ୍ଟାଡିୟମରେ IPL ମ୍ୟାଚ୍ ଦେଖିବା ମହଙ୍ଗା ହୋଇଯିବ। ଏଥିପାଇଁ ଫ୍ୟାନ୍‌ଙ୍କୁ ଏବେ ଅଧିକ ଟଙ୍କା ଦେବାକୁ ପଡିବ କାରଣ ସରକାର GST ହାରକୁ ୨୮% ରୁ ୪୦% ବୃଦ୍ଧି କରିଛନ୍ତି। GST ପରିଷଦର ୫୬ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେପ୍ଟେମ୍ବରରେ ଏହି ସୂଚନା ଦେଇଥିଲେ। ତେବେ ନୂଆ ଦର ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବ। ନୂଆ ଟିକସ ବ୍ୟବସ୍ଥାରେ ଆଇପିଏଲ୍ ଦେଖିବାକୁ ଏକ ବିଳାସପୂର୍ଣ୍ଣ କାର୍ଯ୍ୟକଳାପ ବୋଲି ବିବେଚନା କରାଯାଇଛି। ଏହାକୁ ତମାଖୁ ଉତ୍ପାଦ ଏବଂ କାସିନୋ ଭଳି ସେବା ସହିତ ସମାନ ବର୍ଗରେ ରଖାଯାଇଛି। ତେବେ ସାଧାରଣ କ୍ରିକେଟ୍ ମ୍ୟାଚ୍ ଉପରେ ୧୮% ଜିଏସଟି ଲାଗୁ ହେବ ବୋଲି ସରକାର କହିଛନ୍ତି। ଅର୍ଥାତ୍, ଏହି ପରିବର୍ତ୍ତନ କେବଳ ପ୍ରିମିୟମ୍ କ୍ରୀଡା ଇଭେଣ୍ଟ ପାଇଁ କରାଯାଇଛି।

ଅନ୍ୟପକ୍ଷରେ, ୧୦୦ ଟଙ୍କା ପର୍ଯ୍ୟନ୍ତ ସିନେମା ଟିକେଟ୍ ଉପରେ କେବଳ ୫% GST ଲାଗୁ ହେବ, ଯାହା ପୂର୍ବରୁ ୧୨% ଥିଲା। କିନ୍ତୁ ୧୦୦ ଟଙ୍କାରୁ ଅଧିକ ଟିକେଟ୍ ଉପରେ ପୂର୍ବ ପରି ୧୮% GST ଲାଗୁ ହେବ। ସେହି ସମୟରେ, ହୋଟେଲ ବୁକିଂ, ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଉପରେ GST ୫% କୁ ହ୍ରାସ କରାଯାଇଛି।

ସର୍ଭିସ ସେକ୍ଟରେ ହୋଇଥିବା ପରିବର୍ତ୍ତନର କାଲକୁଲେସନ ବୁଝନ୍ତୁ

୧. GSTରେ ପରିବର୍ତ୍ତନ ଦ୍ୱାରା IPL ଟିକେଟର ମୂଲ୍ୟ କିପରି ପରିବର୍ତ୍ତନ ହେବ?
ଧରାଯାଉ IPL ଟିକେଟର ମୂଲ୍ୟ ୧୦୦୦ ଟଙ୍କା...
ସେହି ଅନୁସାରେ, ପୂର୍ବରୁ ଏହା ୧୦୦୦ + (୨୮% ଅର୍ଥାତ୍ ୨୮୦ ଟଙ୍କା ଜିଏସ୍‌ଟି ସହିତ ଟିକେଟ୍ ମୂଲ୍ୟ ୧୨୮୦ ଟଙ୍କା ହେଉଥିଲା। ହେଲେ ବର୍ତ୍ତମାନ ୧୦୦୦ + (୪୦% ଅର୍ଥାତ୍ ୪୦୦ ଟଙ୍କା ଅଧିକ ଜିଏସଟି ସହିତ ଟିକେଟ୍ ମୂଲ୍ୟ ୧୪୦୦ ଟଙ୍କା ହୋଇଯିବ। ବର୍ତ୍ତମାନର ମୂଲ୍ୟ ୧୪୦୦ ସହିତ ପୂର୍ବର ୧୨୮୦କୁ ଫେଡ଼ିଲେ ପ୍ରତି ଟିକେଟ ପାଇଁ ୧୨୦ ଟଙ୍କା ବଢ଼ିଛି ବୋଲି ଜଣାପଡ଼ୁଛି।

ଠିକ୍ ସେହିଭଳି ଯଦି ଆଇପିଏଲ ଟିକେଟ୍ ୨୦୦୦ ଟଙ୍କା ହେଲା ତେବେ

ପୂର୍ବରୁ: ୨୦୦୦ + (୨୮% ଅର୍ଥାତ୍ ୫୬୦ ଟଙ୍କା) = ୨୫୬୦ ଟଙ୍କା।
ବର୍ତ୍ତମାନ: ୨୦୦୦ + (୪୦% ଅର୍ଥାତ୍ ୮୦୦ ଟଙ୍କା) = ୨୮୦୦ ଟଙ୍କା।
ବୃଦ୍ଧି: ୨୮୦୦-୨୫୬୦ = ପ୍ରତି ଟିକେଟ୍ ପାଇଁ ୨୪୦ ଟଙ୍କା।

୨. ଜିଏସ୍‌ଟିର ପରିବର୍ତ୍ତନରେ ବଦଳିବ ସିନେମା ଟିକେଟ୍ ମୂଲ୍ୟ

ଏଥିରେ ୧୦୦ ଟଙ୍କା ପର୍ଯ୍ୟନ୍ତ ଟିକେଟର ମୂଲ୍ୟ ହ୍ରାସ ପାଇବ। ହେଲେ ୧୦୦ ଟଙ୍କାରୁ ଅଧିକ ଟିକେଟର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଧରାଯାଉ ଏକ ଟିକେଟର ମୂଳ ମୂଲ୍ୟ ୮୦ ଟଙ୍କା ହୁଏ। ତେବେ ଜିଏସ୍‌ଟି ହିସାବ ଅନୁସାରେ....
ପୂର୍ବରୁ: ୮୦ + (୧୨% ଅର୍ଥାତ୍ .୬୦ ଟଙ୍କା) = ୮୯.୬୦ ଟଙ୍କା।
ବର୍ତ୍ତମାନ: ୮୦ + (% ଅର୍ଥାତ୍ ଟଙ୍କା) = ୮୪ ଟଙ୍କା।
ସଞ୍ଚୟ: ୮୯.୬୦ - ୮୪ = ପ୍ରତି ଟିକେଟ୍ ପାଇଁ .୬୦ ଟଙ୍କା।