KKR vs LSG IPL 2026: ଐତିହାସିକ ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳା ଯାଉଛି ଆଇପିଏଲ ୨୦୨୬ର ୧୫ତମ ମ୍ୟାଚ୍। ପ୍ରଥମେ ବ୍ୟାଟିଂ କରିଥିବା ଆୟୋଜକ କେକେଆର ୪ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି। ଅଧିନାୟକ ଆଜିଙ୍କ୍ୟ ରାହାଣେ ପୁଣି ଥରେ ବଡ଼ ସ୍କୋର କରି ନ ଥିଲେ ବି ୪୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଫର୍ମରେ ଥିବା ଅଙ୍ଗକୃଷ ରଘୁବଂଶୀ ୪୫ ରନ କରିଥିବା ବେଳେ ରୋଭମ୍ୟାନ ପାଓ୍ଵେଲ ୩୯ ରନ କରିଛନ୍ତି। ବୋଲିଂରେ ଦିଗବେଶ ସିଂ ରାଠି ୨୫ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ଶାମି ଓ୍ଵିକେଟ୍ ପାଇ ନ ଥିଲେ ବି ଶାଣିତ ବୋଲିଂ କରିଛନ୍ତି। ଲକ୍ଷ୍ନୌ ସମ୍ମୁଖରେ ରହିଛି ୧୮୨ ରନର ବିଜୟ ଲକ୍ଷ୍ୟ।

ପ୍ରଥମେ ବ୍ୟାଟିଂ କରିଥିବା କୋଲକାତାର ଆରମ୍ଭ ନିରାଶଜନକ ଥିଲା।ଫିନ୍ ଆଲେନ ୯ ରନ କରି ଆଉଟ୍ ହୋଇଥିଲେ। ତେବେ ବାଉଣ୍ଡରୀରେ ତାଙ୍କ କ୍ୟାଚ୍ ଆଉଟକୁ ନେଇ ବିବାଦ ଦେଖା ଦେଇଥିଲା। ଏହା ପରେ ଯୁବ ବ୍ୟାଟର ଅଙ୍ଗକୃଷ  ରଘୁବଂଶୀ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୩୩ ବଲରୁ ୪୫ ରନ କରିଥିଲେ ଏବଂ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ସହ ୮୪ ରନର ଭାଗୀଦାରି କରିଥିଲେ। ଅଧିନାୟକ ରାହାଣେ ମଧ୍ୟ ଦ୍ରୁତ ଇନିଂସ ଖେଳି ୨୪ ବଲରୁ ୪୧ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ।

କାମେରନ୍ ଗ୍ରୀନ୍ ଏବଂ ରୋଭମାନ ପାୱେଲ୍ କଲେ କମାଲ

କେକେଆର ୧୩.୨  ଓଭରରେ ୪ ୱିକେଟ୍ ହରାଇ ୧୧ ରନ କରିଥିଲା। ଏହା ପରେ କୋଲକାତା ମାତ୍ର ୧୨ ରନରେ 3 ୱିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା। ଏପରି ପରିସ୍ଥିତିରେ କୋଲକାତା ପାଇଁ ୧୫୦ ରନର ସ୍କୋର ମଧ୍ୟ କଷ୍ଟକର ମନେ ହେଉଥିଲା। ତଥାପି, କାମେରନ୍ ଗ୍ରୀନ୍ ଏବଂ ରୋଭମାନ ପାୱେଲ୍ ୭୦  ରନର ଅପରାଜିତ ଭାଗୀଦାରି କରିଥିଲେ। ଗ୍ରୀନ୍ ୩୨ ରନ୍ କରିଥିଲେ ଏବଂ ପାୱେଲ୍ ୩୯ ରନ୍ କରି ଅପରାଜିତ ରହିଥିଲେ।

ଶେଷ ୫ ଓଭରରେ ୬୬ ରନ୍

କ୍ରମାଗତ ୱିକେଟ୍ ପତନ ଯୋଗୁଁ କୋଲକାତାର ଇନିଂସ ସଂଘର୍ଷ ଦେଇ ଗତି କରିଥିଲା। ୧୫ ଓଭର ପରେ, କେକେଆର୍‌ର ସ୍କୋର ୪ ୱିକେଟ୍ ହରାଇ ୧୧୫ ରନ୍ ଥିଲା। କାମେରନ୍ ଗ୍ରୀନ୍ ଏବଂ ରୋଭମ୍ୟାନ୍ ପାୱେଲ୍  ବିସ୍ଫୋରକ ବ୍ୟାଟିଂ କରି ମିଳିତ ଭାବରେ ଶେଷ ୫ ଓଭରରେ ୬୬ ରନ୍ ଯୋଡ଼ି କୋଲକାତାକୁ ୧୮୧ ରନରେ ପହଞ୍ଚାଇଥିଲେ।