ଅହମ୍ମଦାବାଦ: ଆଇପିଏଲ୍ ୨୦୨୬ ର ମହାଲଢ଼େଇ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଗୁଜରାଟ ଟାଇଟନ୍ସ (GT) ମଧ୍ୟରେ ହେବାକୁ ଥିବା ମେଗା ଫାଇନାଲ୍ ଉପରେ ଏବେ ବର୍ଷାର କଳା ବାଦଲ ରହିଛି। ଯଦି ଅହମ୍ମଦାବାଦରେ ବର୍ଷା ଯୋଗୁଁ ଖେଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୁଏ, ତେବେ ବିନା କୌଣସି ବଲ୍ ପଡ଼ି ମଧ୍ୟ ଆରସିବି ଚଳିତ ସିଜନର ଚାମ୍ପିଅନ୍ ହୋଇପାରେ।

କ୍ରିକେଟ୍ ପ୍ରଶଂସକଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ଫାଇନାଲ୍ ମ୍ୟାଚ୍ରେ ବର୍ଷା ହୁଏ, ତେବେ ଆଇପିଏଲ୍ର ନିୟମ ଅନୁଯାୟୀ କିଭଳି ବିଜେତା ସ୍ଥିର କରାଯିବ? ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ସମୀକରଣ।

Also Read: IPLରୁ ବିଦାୟ ପରେ କାନ୍ଦି ପକାଇଲେ ବୈଭବ ସୂର୍ଯ୍ୟବଂଶୀ, ସାନ୍ତ୍ୱନା ଦେଲେ ସପୋର୍ଟ ଷ୍ଟାଫ୍

ବର୍ଷା ହେଲେ କଣ କହିଥାଏ IPL ନିୟମ?

ଆଇପିଏଲ୍ ନିୟମ ଅନୁସାରେ, ଯଦି ନିର୍ଦ୍ଧାରିତ ଦିନରେ ବର୍ଷା ଯୋଗୁଁ ଖେଳ ହୋଇନପାରେ, ତେବେ ମ୍ୟାଚ୍କୁ ରିଜର୍ଭ ଡେ' ବା ସଂରକ୍ଷିତ ଦିବସକୁ ସ୍ଥାନାନ୍ତର କରାଯିବ। କିନ୍ତୁ ଯଦି ଦୁର୍ଭାଗ୍ୟବଶତଃ ଉଭୟ ଦିନ ବର୍ଷା ଯୋଗୁଁ ଗୋଟିଏ ବି ବଲ୍ ପଡ଼ି ନ ପାରେ, ତେବେ ଲିଗ୍ ପର୍ଯ୍ୟାୟରେ ଟେବୁଲ୍ର ଶୀର୍ଷରେ ଥିବା ଦଳକୁ ଚାମ୍ପିଅନ୍ ଘୋଷଣା କରାଯିବ।

ଚଳିତ ସିଜିନର ସ୍ଥିତି

ଚଳିତ ବର୍ଷ ଲିଗ୍ ପର୍ଯ୍ୟାୟରେ ଆରସିବି ୧୮ ପଏଣ୍ଟ ଏବେ +୦.୭୮୩ ରନ୍ ରେଟ୍ ସହ ପଏଣ୍ଟ ଟେବୁଲ୍ର ପ୍ରଥମ ସ୍ଥାନରେ ରହିଛି। ଅପରପକ୍ଷରେ ଗୁଜରାଟ ଟାଇଟନ୍ସ +୦.୬୯୫ ରନ୍ ରେଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ମ୍ୟାଚ୍ ସମ୍ପୂର୍ଣ୍ଣ ରଦ୍ଦ ହେଲେ ଟ୍ରଫି ଆରସିବି ହାତକୁ ଯିବ ।

Also Read: ଲଗାତାର ଦୁଇ ମ୍ୟାଚରେ ବ୍ୟାଟ୍ ଫୋପାଡ଼ି ଆଉଟ୍ ହେଲେ ସୁଦର୍ଶନ, IPLରେ କଲେ ଅଲୋଡା ରେକର୍ଡ

ମ୍ୟାଚ୍ ବାତିଲ ହେବା ପୂର୍ବରୁ ଆପଣାଯିବ ଏହି ସବୁ ବିକଳ୍ପ

ଖେଳକୁ ବାତିଲ କରିବା ପୂର୍ବରୁ ଅମ୍ପାୟାର ଓ ଅଫିସିଆଲ୍ସ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଚେଷ୍ଟା କରିବେ। ଏଥିପାଇଁ କିଛି ନିୟମ ରହିଛି:

ଅତିରିକ୍ତ ସମୟ: ମ୍ୟାଚ୍ ଶେଷ କରିବା ପାଇଁ ଅଫିସିଆଲ୍ସଙ୍କୁ ଅତିରିକ୍ତ ୧୨୦ ମିନିଟ୍ ବା ୨ ଘଣ୍ଟାର ସମୟ ମିଳିବ।

ଓଭର ହ୍ରାସ: ଯଦି ପୂରା ମ୍ୟାଚ୍ ସମ୍ଭବ ନହୁଏ, ତେବେ ଓଭର ସଂଖ୍ୟା କମାଇ ଅତିକମରେ ୫-୫ ଓଭରର ମ୍ୟାଚ୍ କରାଯିବାକୁ ଚେଷ୍ଟା କରାଯିବ।

ସୁପର ଓଭର: ଯଦି ୫ ଓଭରର ଖେଳ ମଧ୍ୟ ସମ୍ଭବ ନହୁଏ, ତେବେ କେବଳ ଏକ ସୁପର ଓଭର ମାଧ୍ୟମରେ ବିଜେତା ସ୍ଥିର କରାଯିବାକୁ ପ୍ରୟାସ କରାଯିବ।

ଯଦି ଏହି ସବୁ ବିକଳ୍ପ ଫେଲ୍ ମାରେ, କେବଳ ସେହି ସ୍ଥିତିରେ ହିଁ ଲିଗ୍ ଟେବୁଲ୍ର ପ୍ରଦର୍ଶନ ଆଧାରରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବିଜେତା ଘୋଷଣା କରାଯିବ। ତେଣୁ ଲିଗ୍ ପର୍ଯ୍ୟାୟରେ କରାଯାଇଥିବା ଭଲ ପ୍ରଦର୍ଶନ ଏବେ ଆରସିବି ପାଇଁ ବରଦାନ ସଦୃଶ ହୋଇଛି। ଏବେ ଦେଖିବାକୁ ବାକି ରହିଲା ଅହମଦାବାଦର ପାଣିପାଗ କେଉଁ ମୋଡ଼ ନେଉଛି।