ଲକ୍ଷ୍ନୌ: କ୍ରିକେଟ ଭଗବାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ସ୍ମରଣୀୟ ହୋଇ ରହିବ। ଆଇପିଏଲ୍ ୨୦୨୬ର ୬୮ତମ ମ୍ୟାଚରେ ଶେଷରେ ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ପକ୍ଷରୁ ଖେଳିବାର ସୁଯୋଗ ମିଳିଛି। ପଞ୍ଜାବ କିଙ୍ଗସ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପଞ୍ଜାବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ଲେ-ଅଫ୍ ଦୌଡ଼ରୁ ବାହାରି ସାରିଥିବା ଲକ୍ଷ୍ନୌ ଦଳ ଆଜି ନିଜ ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରି ଅର୍ଜୁନଙ୍କୁ ଦଳରେ ସାମିଲ କରିଛି, ଯାହାକି ଲକ୍ଷ୍ନୌ ପାଇଁ ତାଙ୍କର ପ୍ରଥମ ମ୍ୟାଚ୍।

୧୩ଟି ମ୍ୟାଚ୍ ପରେ ଭାଗ୍ୟ ବଦଳିଲା

ଅର୍ଜୁନ ତେନ୍ଦୁଲକର ଚଳିତ ସିଜନ ଆରମ୍ଭରୁ ହିଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳ ସହ ଯୋଡ଼ି ହୋଇଥିଲେ। ଦଳ ତାଙ୍କୁ ଟ୍ରେଡ୍ (Trade) ମାଧ୍ୟମରେ ୩୦ ଲକ୍ଷ ଟଙ୍କାରେ ନିଜ ସହ ସାମିଲ କରିଥିଲା। କିନ୍ତୁ ଦଳର ସମୀକରଣ ଏବଂ କମ୍ବିନେସନ ଯୋଗୁଁ ସେ କ୍ରମାଗତ ୧୩ଟି ମ୍ୟାଚ୍ ଧରି କେବଳ ବେଞ୍ଚରେ ବସି ରହିଥିଲେ। ଏବେ ସିଜନର ଶେଷ ଭାଗରେ ତାଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ଏକ ବଡ଼ ସୁଯୋଗ ମିଳିଛି।

Also Read: ବିବାହକୁ ମିଳିଲା ଗ୍ରୀନ୍ ସିଗନାଲ ! ସାଉଥ ସିଙ୍ଗରଙ୍କ କନିଆ ସାଜିବେ କାବ୍ୟା ମାରନ, ସ୍ପେନ୍ରେ ନେବେ ସାତଫେରା

ମୁମ୍ବାଇ ଇଣ୍ଡିଆନ୍ସରୁ ଆରମ୍ଭ ହୋଇଥିଲା ଯାତ୍ରା

ଅର୍ଜୁନ ତେନ୍ଦୁଲକରଙ୍କ ଆଇପିଏଲ୍ କ୍ୟାରିୟର ଉପରେ ନଜର ପକାଇଲେ ୨୦୨୧ରେ ପ୍ରଥମ କରି ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଜଡ଼ିତ ହୋଇଥିଲେ। ୨୦୨୩ରେ ମୁମ୍ବାଇ ପକ୍ଷରୁ ଆଇପିଏଲ୍ରେ ଡେବ୍ୟୁ କରିବାର ସୁଯୋଗ ପାଇଲେ ଏବଂ ମୋଟ ୪ଟି ମ୍ୟାଚ୍ ଖେଳିଲେ। ୨୦୨୪ ସିଜନରେ ମାତ୍ର ୧ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ। ୨୦୨୫ ଗତ ସିଜନରେ ସେ ସମ୍ପୂର୍ଣ୍ଣ ସମୟ ବେଞ୍ଚରେ ବସି ରହିବା ପରେ ମୁମ୍ବାଇ ତାଙ୍କୁ ଲକ୍ଷ୍ନୌ ସହ ଟ୍ରେଡ୍ କରିଦେଇଥିଲା।

Also Read: ପଡ଼ିଆ ମଝିରେ ହାଇଭୋଲଟେଜ୍ ଡ୍ରାମା, ହାତ ବଢାଇଲେ ଟ୍ରାଭିସ, ରାଗରେ ହ୍ୟାଣ୍ଡସେକ୍ କଲେନି କୋହଲି !

ଦୀର୍ଘ ଦିନର ଅପେକ୍ଷା ପରେ ଅର୍ଜୁନଙ୍କୁ ପଡ଼ିଆକୁ ଓହ୍ଲାଇବାର ସୁଯୋଗ ମିଳିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଡେବ୍ୟୁ କରିବା ସହ ନିଜକୁ ଆଇପିଏଲ୍ ମଞ୍ଚରେ ପ୍ରମାଣିତ କରିବା ପାଇଁ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ସୁଯୋଗ। ବର୍ତ୍ତମାନ ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ଅର୍ଜୁନଙ୍କ ପ୍ରଦର୍ଶନ ଉପରେ ରହିଛି।