ଭୁବନେଶ୍ବର ୧୫।୫: ରାଜ୍ୟରେ ପର୍ଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ ମହଜୁଦ ଅଛି । ଭିଡ଼ କରନ୍ତୁ ନାହିଁ କି ପ୍ୟାନିକ୍ କରନ୍ତୁ ନାହିଁ ବୋଲି ଆଇଓସିଏଲ୍ ସିଜିଏମ୍ କମଲ ସିଲ୍ କହିଛନ୍ତି । ସେ ଆହୁରି କହିଛନ୍ତି, କୌଣସି ସ୍ଥାନରେ ସଟେଜ୍ ନାହିଁ । ଅଧିକ ପେଟ୍ରୋଲ ଓ ଡିଜେଲ କିଣି ମହଜୁଦ କରନ୍ତୁ ନାହିଁ ।

Also Read:- ଲୋକଙ୍କ ଭିଡ଼ ଯୋଗୁଁ ତେଲର ୫୦% ଚାହିଦା ବଢିଛି, ଜାରକିନ ଆଣି ଟାଙ୍କିରେ ଭିଡ଼ କରନ୍ତୁ ନାହିଁ

IOCL, HPC, BPC, Reliance, Nayara ଭଳି ସମସ୍ତ ତୈଳ କମ୍ପାନୀ ନିକଟରେ ସମସ୍ତ ମହଜୁଦ ଅଛି । ଅନ୍ୟ କାରଣ ଯୋଗୁଁ କିଛି ତୈଳ ଟାଙ୍କି ବନ୍ଦ ରହିଛି । ଜିଲ୍ଲାୱାରୀ ମନିଟର କରାଯାଉଛି । ଜିଲ୍ଲା ୱାରୀ ୩ ରୁ ୪ ଦିନର ଷ୍ଟକ ମେଣ୍ଟେନ କରାଯାଉଛି । ରାସ୍ତାରେ ଲମ୍ବା ଲାଇନ ଲଗାନ୍ତୁ ନାହିଁ । ଡିମାଣ୍ଡ ଅନୁସାରେ ସବୁ ଟାଙ୍କିକୁ ତେଲ ପହଞ୍ଚାଯିବ । ଗତ ଦୁଇ ଦିନରେ ୩୦ ପ୍ରତିଶତ ତୈଳ ବିକ୍ରି ବଢିଛି ବୋଲି କମଲ ସିଲ୍ କହିଛନ୍ତି ।