ଆନ୍ତଃ ଜିଲ୍ଲା ବାଇକ୍ ଚୋର ଗିରଫ, ମୋବାଇଲ ଦୋକାନରୁ ଚୋରି କରି ଫେରାର ବେଳେ ଧରାପଡିଥିଲେ ସିସିଟିଭିରେ

Published By : Prameya-News7 Bureau | March 21, 2024 IST

ଦେବଗଡ ୩: ଦେବଗଡରୁ ଆନ୍ତଃ ଜିଲ୍ଲା ବାଇକ୍ ଚୋର ଗିରଫ । ଦେବଗଡ ଆଦର୍ଶ ଥାନା ପୋଲିସ ଗୁରୁବାର ଜଣେ ଆନ୍ତଃ ଜିଲ୍ଲା ବାଇକ୍ ଚୋରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଦେବଗଡ ସହର ନିକଟସ୍ଥ ସୁନାମୁଣ୍ଡା ଗ୍ରାମର ମୋହିତ ବେହେରା । ଗିରଫ ଅଭିଯୁକ୍ତ ମୋହିତ ଗତ ରବିବାର ଦିନ ଦେବଗଡ ସହରର ବ୍ୟସ୍ତ ବହୁଳ ଟ୍ରାଫିକ୍ ଛକ ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ଗୋଟିଏ ମୋବାଇଲ ଫୋନ ଚୋରି କରି ପଳାଇ ଯାଇଥିଲା । ସେ ମୋବାଇଲ ଚୋରି କରି ଦୌଡି ପଳାଇବାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଥିଲା । ସଂପୃକ୍ତ ମୋବାଇଲ ଦୋକାନୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ସିସିଟିଭି ଫୁଟେଜ ଆଧାରରେ ଦେବଗଡ ଆଦର୍ଶ ଥାନାର ଏସଆଇ ଦିବ୍ୟକୁମାର ଓରାମ ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ ସୁନାମୁଣ୍ଡା ଗ୍ରାମର ମୋହିତ ବେହେରାକୁ ଧରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ମୋହିତ ରାଉରକେଲା ରେଳଷ୍ଟେସନ ଅଞ୍ଚଳରେ ରହି ବାଇକ୍, ମୋବାଇଲ ଫୋନ୍ ଚୋରି କରିଥିବା ସ୍ବୀକାର କରିଥିଲା । ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ମୋହିତ ନିକଟରୁ ଦୁଇଟି ବାଇକ୍, ଗୋଟିଏ ଲାପଟପ, ୭ଟି ମୋବାଇଲ ଫୋନ ଜବତ କରିଛନ୍ତି । ଅଭିଯୁକ୍ତ ମୋହିତ ଜବତ ଚୋରି ଜିନିଷ ପ୍ରାୟତଃ ରାଉରକେଲା ରେଳଷ୍ଟେସନ ଅଞ୍ଚଳରୁ ଚୋରି କରିଥିବା ସ୍ବୀକାର କରିଛି । ସେ ପ୍ରାୟତଃ ରେଳଯାତ୍ରୀ ମାନଙ୍କୁ ଟାର୍ଗେଟ୍ କରିଥାଏ । ରେଳଷ୍ଟେସନ ମଧ୍ୟରେ ଯାତ୍ରୀମାନେ ମୋବାଇଲ ଫୋନ୍ ଚାର୍ଜ କରିଥିବା ସମୟରେ କିମ୍ବା ରେଳରେ ଚଢୁଥିବା ସମୟରେ ମୋହିତ ମୋବାଇଲ ଚୋରି କରି ଫେରାର ମାରୁଥିଲା । ଏନେଇ ଦେବଗଡ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଯୋଗଦେଇ ସମସ୍ତ ସୂଚନା ଦେଇଛନ୍ତି । ଗୁରୁବାର ଅଭିଯୁକ୍ତ ମୋହିତକୁ ପୋଲିସ  କୋର୍ଟ ଚାଲାଣ କରିବ ।

You Can Read:

ଝାରସୁଗୁଡ଼ାରେ ବ୍ୟାପୁଛି ଥଣ୍ଡା-ଜ୍ବର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଲମ୍ବା ଲାଇନ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.