ପୁରୀ ୧୬/୫: ପୁରୀ ଶ୍ରୀକ୍ଷେତ୍ର କଲୋନୀରେ ଫୁଟିଲା ବୋମା । ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କ ଉପରକୁ ବୋମା ଫିଙ୍ଗି ଫେରାର ଦୁର୍ବୃତ୍ତ । ବୋମା ମାଡରେ ଜଣେ କର୍ମଚାରୀ ଗୁରୁତର ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ନରେନ୍ଦ୍ର କୋଣ ଅଞ୍ଚଳର ନିମାଇଁ ଚରଣ ନାୟକ ଓ ବିକି ନାୟକଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଗୁଳିମାଡ କରିଛି ତାହା ଜଣାପଡିନି । ପୋଲିସ ଘଟଣାର ଛାନଭିନ କରୁଛି ।