ଭୁବନେଶ୍ୱର ୧୭/୦୫: ରାଜଧାନୀରେ ଫୁଟିଲା ବୋମା । ୩୮ ନମ୍ବର ୱାର୍ଡ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀଙ୍କ କାର୍ଯ୍ୟାଳୟକୁ ବୋମା ମାଡ଼। ତିନିଜଣ ଦୁର୍ବୃତ୍ତ ପଲ୍ସରରେ ଆସି କଲେ ବମିଂ। ବୋମା ମାଡ଼ରେ ଗୋଟିଏ ବାଇକ୍ ଏବଂ କାର୍ କ୍ଷତିଗ୍ରସ୍ତ।
ସିସିଟିଭିରେ ବୋମା ମାଡ଼ ବେଳର ଦୃଶ୍ୟ କଏଦ୍। ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଥାନା ଅଧିକାରୀଙ୍କ ସ୍ଵତନ୍ତ୍ର ଟିମ୍ ଯାଞ୍ଚ୍ ସହ ବିଭିନ୍ନ ସ୍ଥାନରେ କରୁଛି ଚଢାଉ।
ସୂଚନା ଥାଉକି, ବିଳମ୍ବିତ ରାତିରେ ନୂଆପଲ୍ଲୀରେ ରାଜନୈତିକ ହିଂସା । ନୂଆପଲ୍ଲୀ ଗଡ଼ସାହିସ୍ଥିତ ବିଜେଡି ପାର୍ଟି ଅଫିସ୍ ସମ୍ମୁଖରେ ବୋମାମାଡ ହୋଇଛି । ଏହାପରେ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି । ତେବେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ ଗୋଟିଏ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି ।
ଗଡ଼ସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ପ୍ରାୟ ୨୦ରୁ ଅଧିକ କର୍ମୀ ବସି ବୈଠକ କରୁଥିଲେ । ଭୋଜିଭାତ ମଧ୍ୟ ଚାଲିଥିଲା । ରାତି ପ୍ରାୟ ୧୨ଟା ବେଳେ ହଠାତ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ସମଗ୍ର ଅଞ୍ଚଳ ଥରିଉଠିଥିଲା ।