ଭାରତର ଖେଳଣା ରପ୍ତାନୀରେ ହ୍ରାସ, ଆମଦାନୀରେ ସବୁଠୁ ଆଗରେ ଆମେରିକା

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: କମିଲା ଭାରତର ଖେଳଣାର ରପ୍ତାନୀ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଖେଳଣା ରପ୍ତାନୀରେ ସାମନ୍ୟ ହ୍ରାସ ଦେଖିବାକୁ ମିଳିଛି। ଥିଙ୍କ ଟ୍ୟାଙ୍କ GTRIର ରିପୋର୍ଟ ଅନୁଯାୟୀ, ୨୦୨୨-୨୩ରେ ଖେଳଣା ରପ୍ତାନୀ ୧୫.୩୮ କୋଟି ଡଲାର ଥିଲା। ଯାହା ଆର୍ଥିକ ବର୍ଷ ୨୩-୨୪ରେ ସାମନ୍ୟ ହ୍ରାସ ପାଇ ୧୫.୨୩ କୋଟି ଡଲାର ହୋଇଛି। 

GTRI ଅନୁଯାୟୀ, ଆବଶ୍ୟକୀୟ ଗୁଣବତ୍ତା ନିୟନ୍ତ୍ରଣ ଆଦେଶ ଫଳରେ ଭାରତର ଖେଳଣା ରପ୍ତାନୀକୁ ବହୁତ ଲାଭ ମିଳିନାହିଁ। ଘରୋଇ ଉତ୍ପାଦର ପ୍ରାଥମିକ ଉଦ୍ଦେଶ୍ୟକୁ ପ୍ରୋତ୍ସାହନ ଦେବା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ରହିଛି। ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୯-୨୦ରୁ ୨୦୨୧-୨୨ରେ ରପ୍ତାନୀରେ ବୃଦ୍ଧି ହୋଇଥିଲା। 

ଏହି ସମୟରେ ଭାରତର ଖେଳଣା ରପ୍ତାନୀ ୧୨.୯୬ କୋଟି ଡଲାରରୁ ବଢ଼ି ୧୭.୭ କୋଟି ଡଲାର ପହଞ୍ଚିଥିଲା। ଗତ ଆର୍ଥିକ ବର୍ଷରେ ଆମଦାନୀ ବଢ଼ି ୬.୪୯ ଡଲାର ରହିଥିଲା। ଯାହା ଆର୍ଥିକ ବର୍ଷରେ ୬.୨୩ କୋଟି ଡଲାର ରହିଥିଲା। ସେପଟେ ଜିଟିଆରଆଇର ଫାଉଣ୍ଡର ଅଜୟ ଶ୍ରୀବାସ୍ତବ କହିଛନ୍ତି, ଭାରତୀୟ ଖେଳଣା ଉଦ୍ୟୋଗକୁ ଆହୁରି ଉତ୍ତମ କରିବା ପାଇଁ ବୃହତ୍ତର ଦୃଷ୍ଟିକୋଣ ଆପଣାଇବାକୁ ପଡ଼ିବ ।

ସୂଚନାଥାଉକି, ବର୍ତ୍ତମାନ ଆମେରିକା ଖେଳଣାର ସବୁଠୁ ବଡ଼ ଆମଦାନୀକାରୀ ଦେଶ ଭାବରେ ରହିଛି। ୨୦୨୨ରେ ଆମେରିକା ୪୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଖେଳଣା ଆମଦାନୀ କରିଥିଲା। ସେହିଭଳି ଚୀନ ଦୁନିଆର ସବୁଠୁ ବଡ଼ ଖେଳଣା ରପ୍ତାନୀକାରୀ ଦେଶ ଭାବରେ ରହିଛ। ସେ ୨୦୨୨ରେ ୧୦୩ ବିଲିୟନ ଡଲାରର ଖେଳଣା ଏବଂ ଖେଳ ସାମଗ୍ରୀର ରପ୍ତାନୀ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.