କଟକ ଜିଲ୍ଲାପାଳଙ୍କ ବିରୋଧରେ ଆସିଛି ସ୍ବାଧୀକାର ଭଙ୍ଗ ନୋଟିସ୍, ଜିଲ୍ଲାପାଳଙ୍କୁ ହୋଇପାରେ କୈଫତ ତଲବ

NEWS7
banking-veteran-narayanan-vaghul-is-no-more

କଟକ ୧୪।୨: କଟକ ଜିଲ୍ଲାପାଳଙ୍କ ବିରୋଧରେ ଆସିଛି ସ୍ବାଧୀକାର ଭଙ୍ଗ ନୋଟିସ୍ । ଉପ ରାଷ୍ଟ୍ରପତିଙ୍କ କଟକ ଗସ୍ତ ସମୟରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଅଣଦେଖା କରାଯାଇଥିବାର ଯେଉଁ ଅଭିଯୋଗ ହୋଇଥିଲା, ତା ଉପରେ ହୁଏତ ଜିଲ୍ଲାପାଳଙ୍କୁ କୈଫତ ତଲବ ହୋଇପାରେ । କାରଣ ସଂସଦରେ ସାଂସଦ ଦେବାଶିଷ ଓ ଅନ୍ୟ ୬ଜଣ ସାଂସଦ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଚାକିରି ନାଁରେ ଠକିଥିଲା ୨୨ଲକ୍ଷ, କେନ୍ଦୁଝରର ମହିଳାକୁ ଗିରଫ କଲା ଖଣ୍ଡଗିରି ପୋଲିସ

ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ କାହିଁକି ନିମନ୍ତ୍ରିତ ହେଲେନାହିଁ ? ଏହି ପ୍ରସଙ୍ଗଟି ଏବେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଧେଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହେବାକୁ ଯାଉଛି । କାରଣ ସଂସଦରେ ଏକଥା ଉଠିଛି ଏବଂ ସାଂସଦ ଦେବାଶିଷଙ୍କ ସମେତ ୬ ଜଣ ସାଂସଦ କଟକ ଜିଲ୍ଲାପାଳଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି । ଗତ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ । କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନକୁ ଉପରାଷ୍ଟ୍ରପତି ଆସିଲେ, କିନ୍ତୁ ସେଠାକୁ ଆସିନଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦେବାଶିଷ ଅଭିଯୋଗ କଲେକି ପ୍ରୋଟୋକଲ ମୁତାବକ, ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ତାଙ୍କୁ ସସମ୍ମାନେ ନିମନ୍ତ୍ରଣ କରାଯିବାର ଥିଲା । କିନ୍ତୁ ତାହା କରାଗଲା ନାହିଁ ।

ଏ ଖବର ବି ପଢ଼ନ୍ତୁ:-ଜଟିଳ ହେବାରେ ଲାଗିଛି ପୀତବାସ ପଣ୍ଡା ହତ୍ୟା ମାମଲା : ୧୭ ଦିନ ଧରି ସିକ୍ରେଟ୍ ଚାମ୍ବରର ଚାବି କାହା ପାଖରେ ଥିଲା ?

ସାଂସଦ ମାନଙ୍କ କ୍ଷେତ୍ରରେ କି ପ୍ରକାର ପ୍ରୋଟୋକଲ ଲାଗୁହୁଏ, ତାହା ହୁଏତ ସାଧାରଣ ଲୋକଙ୍କ ପାଇଁ ଅଜଣା । ତେବେ ଏଭଳି ଏକ ଚର୍ଚ୍ଚିତ ଘଟଣାକୁ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ବେଶ ରୋଚକ ପ୍ରତିକ୍ରିୟା ରଖିଛନ୍ତି । ଏଭଳି କ୍ଷେତ୍ରରେ ପ୍ରୋଟୋକଲର ତର୍ଜମା ହେବା ଆବଶ୍ୟକ ବୋଲି ଭର୍ତ୍ତୃହରି ମତ ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟସଭା ସାଂସଦ ଗୋଟିଏ ରାଜ୍ୟକୁ ପ୍ରତିନିଧିତ୍ୱ କରନ୍ତି, କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ବା ନିର୍ବାଚନୀ କ୍ଷେତ୍ରରେ ସେମାନେ ସୀମିତ ନୁହନ୍ତି । ଏଭଳି କ୍ଷେତ୍ରରେ ପ୍ରୋଟୋକଲ ଉପରେ ତର୍ଜମା ହେବା ଆବଶ୍ୟକ ବୋଲି ଭର୍ତ୍ତୃହରି କହିଛନ୍ତି ।