ପୁଣି ରେକର୍ଡ ଭାଙ୍ଗିଲା ରୂପା ଦର, ସର୍ବକାଳୀନ ଉଚ୍ଚତମ ସ୍ତରକୁ ଛୁଇଁଲା

Published By : Prameya-News7 Bureau | May 18, 2024 IST

ନୂଆଦିଲ୍ଲୀ ୧୮।୫: ସୁନା ଓ ରୂପା ଦରରେ ପୁଣି ବୃଦ୍ଧି ହୋଇଛି। ଏଥିରେ ଶୁକ୍ରବାର ରୂପା ସମସ୍ତ ପୂର୍ବ ରେକର୍ଡ ଧ୍ୱଂସ୍ତ କରି ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିଛି। ଆଜି ରୂପା କେଜି ପିଛା ଦର ୯୧,୦୦୦ ଟଙ୍କାକୁ ପହଞ୍ଚିଛି। ଏଥିରେ ସୁନା ଦର ମଧ୍ୟ ପୁଣି ବଢିଛି। ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୫ ଜୁନ ୨୦୨୪ରେ ଡେଲିଭରୀ ହେବାକୁ ଥିବା ସୁନା ୧୦ ଗ୍ରାମ ପିଛା ଦର ୭୩,୭୫୦ ଟଙ୍କାରେ ବନ୍ଦ ହୋଇଛି। 

ଶୁକ୍ରବାରଠାରୁ ସୁନା ଦର ପୁଣି ବଢିବା ଆରମ୍ଭ ହୋଇଥିଲା। ଏଣୁ ଶନିବାର ସକାଳେ ବୃଦ୍ଧି ସହ ବଜାର ଖୋଲିଥିଲା। ତେବେ ଗତକାଲି ୫ ଅଗଷ୍ଟ ୨୦୨୪ରେ ଡେଲିଭରୀ ହେବାକୁ ଥିବା ସୁନା ୧୦ ଗ୍ରାମ ପିଛା ଦର ୭୪,୦ ୮୦ଟଙ୍କା ସ୍ତରରେ ବନ୍ଦ ହୋଇଛି।  ସେହିପରି ଏମସିଏକ୍ସରେ ଶୁକ୍ରବାର ୫ ଜୁଲାଇ ୨୦୨୪ରେ ଡେଲିଭରୀ ହେବାକୁ ଥିବା ରୂପା କେଜି ପିଛା ଦାର ୧୨୫ ଟଙ୍କା ବଢି ୯୧,୧୪୯ ଟଙ୍କାକୁ ପହଞ୍ଚିଥିଲା। ସେହିପରି ୫ ସେପ୍ଟେମ୍ବରରେ ଡେଲିଭରୀ ହେବାକୁ ଥିବା ରୂପା କେଜି ପିଛା ଦର ୯୨,୫୭୪ଟଙ୍କାରେ ବନ୍ଦ ହୋଇଛି। 

ସେହିପରି କମେକ୍ସରେ ସୁନାର ବୈଶ୍ୱିକ ଦର ୩.୩୪ ପ୍ରତିଶତ ଅର୍ଥାତ ୩୧.୯୦ ଡଲାର ବୃଦ୍ଧି ସହିତ ଆଉନ୍ସପିଛା ଦର ୨,୩୧୭.୪୦ ଡଲାରକୁ ଛୁଇଁଛି। ସେହିପରି ବୈଶ୍ୱିକ ବଜାରରେ ରୂପା ଦର ୪.୬୩ ପ୍ରତିଶତ ଅର୍ଥାତ ୧.୩୮ ଡଲାର ବୃଦ୍ଧି ସହିତ ଆଉନ୍ସ ପିଛା ଦର ୩୧.୨୬ ଡଲାରକୁ ପହଞ୍ଚିଛି। ତେବେ ରୂପାର ବୈଶ୍ୱିକ ହାଜିର ଦର ଏବେ ୩୧.୪୯ ଡଲାର ପ୍ରତି ଆଉନ୍ସ କାରବାର ହେଉଛି। ସୁନା ଓ ରୂପା ଦର ଅକ୍ଷୟ ତୃତୀୟ ବେଳକୁ ବେଶ୍ ହ୍ରାସ ହୋଇଥିଲା। ତେବେ ଅକ୍ଷୟତୃତୀୟା ବେଳକୁ ଉଭୟ ଧାତୁ ପୁଣି ମହଙ୍ଗା ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.