PhonePe ୟୁଜର ଏବେ ୟୁଏଇରେ ବି କରିପାରିବେ ୟୁପିଆଇ ଟ୍ରାଞ୍ଜେକ୍ସନ, କମ୍ପାନି NEOPAY ସହ କଲା ବୁଝାମଣା

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ: ଭାରତରୁ ଦୁବାଇ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର ସାମନାକୁ ଆସିଛି । ୱାଲମାର୍ଟ ଗ୍ରୁପର ଡିଜିଟାଲର ପେମେଣ୍ଟ ଫାର୍ମ ଗୁରୁବାର କହିଛି ଯେ ୟୁଏଇ ଯାତ୍ରା କରୁଥିବା ଫୋନ୍ ପେ ୟୁଜର୍ସ ଏବେ Mashreqର NEOPAY ଜରିଆରେ ୟୁପିଆଇ ଟ୍ରାଞ୍ଜେକ୍ସନ କରିପାରିବେ ।

ଏନପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟ ଲିମିଟେଡ୍ (ଏନଆଇପିଏଲ) ସହ ମସରେକ ପକ୍ଷରୁ ବୁଝାମଣା ମାଧ୍ୟମରେ ସହଯୋଗର ସୁବିଧା ପ୍ରଦାନ କରାଯାଇଛି । ଏହି ବୁଝାମଣା ମାଧ୍ୟମରେ ମସରେକ NEOPAY ଟର୍ମିନୋଲକୁ ପେମେଣ୍ଟର ସାଧନ ରୂପେ ୟୁପିଆଇ ଆପ୍ ସ୍ୱୀକାର କରିବାରେ ସକ୍ଷମ କରିଛି । ଯାହାଦ୍ୱାରା ଭାରତୀୟ ଯାତ୍ରୀଙ୍କ ନେଣଦେଣ ପାଇଁ ସହଜରେ ୟୁପିଆଇର ଉପଯୋଗ ପାଇଁ ଅନୁମତି ମିଳିବ ।

ଯାତ୍ରା ଏବଂ ସ୍ଥାନୀୟ ନେଣଦେଣର ସୁବିଧା ବ୍ୟତୀତ ଫୋନ ପେ କହିଛି ଯେ ରେମିଟାନ୍ସ ସେବା ମଧ୍ୟ କରିଡୋର ସୁବିଧା ଦିଆଯିବ । ବୟାନରେ କୁହାଯାଇଛି ଯେ ଏହି ପଦକ୍ଷେପ ୟୁପିଆଇର ଲାଭ ଉଠାଇ ଟଙ୍କା ଦେଣନେଣ ପ୍ରକ୍ରିୟାକୁ ସରଳ କରିବ । ଯାହାଦ୍ୱାରା ବ୍ୟାଙ୍କ ଖାତା ସଂଖ୍ୟା ଏବଂ ଆଇଏଫଏସି କୋଡ ପରି ବିବରଣୀର ଆବଶ୍ୟକତା ଶେଷ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.