ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ କାଉନସିଲର

Published By : Prameya-News7 Bureau | April 28, 2024 IST

ଭଦ୍ରକ ୨୮।୪: ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନ ଭଦ୍ରକ ପୌରପାଳିକାର ୧୬ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲର ସୁରଚିତ ପାଲ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ଭଦ୍ରକ ବିଧାନସଭା ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର ଓ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ଅନୁପ୍ରାଣିତ ହୋଇ ବିଜେପି ଦଳରେ ସାମିଲ ହୋଇଥିବା କହିଛନ୍ତି । 

ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର କାର୍ଯ୍ୟାଳୟ କୁଆଁସ ଠାରେ ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ସୀତାଂଶୁ ଶେଖର ମହାପାତ୍ର, ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ଉପସ୍ଥିତିରେ ପୌରପାଳିକାର ୬,୧୫,୧୬ ଓ ୨୨ନଂ ୱାର୍ଡ଼ର ୫ଶହରୁ ଉର୍ଦ୍ଧ୍ବ ଭୋଟରଙ୍କ ସମେତ ମାଇନର କମ୍ୟୁନିଟିର ଯୁବକ ଓ ମହିଳା ମାନେ ଦୀର୍ଘ ବର୍ଷ ଧରି ବିଜେଡ଼ି ଦଳରେ ରହି ଆସୁଥିଲେ ମଧ୍ୟ ତାଙ୍କର କୌଣସି ସମସ୍ୟା ସମାଧାନ କରି ପାରିନାହାନ୍ତି । ଯାହା ଫଳରେ ବିଜେଡ଼ି ଦଳକୁ ପରିତ୍ୟାଗ କରି ବିଜେପିର ବିଧାନସଭା ପ୍ରାର୍ଥୀ ସୀତାଂଶୁ ଓ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି । ଅନ୍ୟପକ୍ଷେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିକାଶ ଧାରାକୁ ପାଥେୟ କରିବା ସହ ମୋଦୀ ଜୀଙ୍କ ହାତକୁ ମଜଭୁତ କରିବା ପାଇଁ ବିଜେପିରେ ସାମିଲ ହୋଇଛନ୍ତି ।  ଦଳ ଯେଉଁ କାମ ଦେବ ସେହି କାମକୁ ଆମେ ନିଷ୍ଠାର ସହ ତୁଲାଇବୁ ବୋଲି କହିଛନ୍ତି । 

You Can Read :

ଭଣ୍ଡାରିପୋଖରୀ ନିର୍ବାଚନୀ ହିଂସାରେ ଗୁରୁତରଙ୍କୁ ଭେଟିଲେ କଂଗ୍ରେସର ଦୁଇ ନେତା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.