ଭଣ୍ଡାରିପୋଖରୀ ନିର୍ବାଚନୀ ହିଂସାରେ ଗୁରୁତରଙ୍କୁ ଭେଟିଲେ କଂଗ୍ରେସର ଦୁଇ ନେତା

Published By : Prameya-News7 Bureau | April 28, 2024 IST

ଭଦ୍ରକ ୨୮।୪: ଭଦ୍ରକ ମେଡିକାଲରେ କଂଗ୍ରେସର ଭଦ୍ରକ ସାଂସଦ ପ୍ରାର୍ଥୀ ଅନନ୍ତ ସେଠୀ ଓ ଭଣ୍ଡାରିପୋଖରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । ତେବେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ହୋଇଥିବା ନିର୍ବାଚନୀ ହିଂସାରେ ଗୁରୁତରଙ୍କୁ ଭେଟିଛନ୍ତି ଦୁଇ ନେତା । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧିନ କାଦବରାଙ୍ଗ ଠାରେ କଂଗ୍ରେସ କର୍ମୀଙ୍କୁ ଶାସକ ଦଳର କେତେକ ନେତା ଓ କର୍ମୀ ମାଡ଼ ମାରିବା ଅଭିଯୋଗ ହୋଇଛି । ଏମିତି କି ଦୋକାନ ଜାଳିଦେଇଥିବା କହିଛନ୍ତି । ମାଡ଼ ମାରିଥିବା ନେତାଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ରହିଛି କିନ୍ତୁ ପୋଲିସରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । 

ତେଣୁ କଂଗ୍ରେସର ଦୁଇ ବରିଷ୍ଠ ନେତା ଅନନ୍ତ ସେଠୀ ଓ ନିରଞ୍ଜନ ପଟ୍ଟନାୟକ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ଗୁରୁତରଙ୍କୁ ଭେଟି ଆଲୋଚନା କରିବା ସହ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ମେଡିକାଲର ଅନ୍ୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ସ୍ୱାସ୍ଥ୍ୟ ସେବାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ଉଭୟ ନେତା କହିଛନ୍ତି ଯେ, ନିର୍ବାଚନ ଜିତିବା ପାଇଁ ରାଜନୈତିକ ହିଂସା ଗ୍ରହଣଯୋଗ୍ୟ ନୁହେଁ । ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ । ପୋଲିସ ଓ ଅନ୍ୟ ଦଳର ପ୍ରାର୍ଥୀମାନେ ଏହାକୁ ସୁଯୋଗ ନଦେବା ଦରକାର । ଆଗକୁ ଥାନା ନହେଲେ ଏସପିଙ୍କ କାର୍ଯ୍ୟାଳୟରେ ଧାରଣା ଦେବେ ଓ ଉପଯୁକ୍ତ ପ୍ରମାଣ ଆଧାରରେ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇବେ ।

You Can Read :

ସତ୍ୟଭାମାପୁରରେ ରାହୁଲ ଗାନ୍ଧୀ, ବୁଲି ଦେଖିଲେ ମଧୁବାବୁଙ୍କ ଜନ୍ମପୀଠ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.