ଆମର ଏଇଠି ଅଧିକ ଅଛି କି ? କଟକଣା ସତ୍ତ୍ୱେ ୬ ଦେଶଙ୍କୁ ପିଆଜ ରପ୍ତାନୀ ପାଇଁ ଅନୁମତି ଦେଲେ ସରକାର

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ଛଅ ଦେଶଙ୍କୁ ୯୯,୧୫୦ ଟନ୍ ପିଆଜ ରପ୍ତାନୀ ପାଇଁ ଅନୁମତି ଦେଇଛନ୍ତି । ରପ୍ତାନୀ ଉପରେ ପ୍ରତିବନ୍ଧକ ସତ୍ତ୍ୱେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ପଶ୍ଚିମ ଏସିଆ ଏବଂ କିଛି ୟୁରୋପୀୟ ଦେଶଙ୍କ ପାଇଁ ସ୍ୱତନ୍ତ୍ର ରୂପେ ଉତ୍ପାଦନ କରାଯାଇଥିବା ୨ ହଜାର ଟନ ଧଳା ପିଆଜ ରପ୍ତାନୀ ପାଇଁ ଅନୁମତି ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ସରକାର ୨୦୨୩ ଡିସେମ୍ୱର ୮ରୁ ପିଆଜ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ।

କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ସରକାର ଛଅ ଦେଶଙ୍କୁ ୯୯,୧୫୦ ଟନ୍ ପିଆଜ ରପ୍ତାନୀ ପାଇଁ ଅନୁମତି ଦେଇଛନ୍ତି । ଏଥିରେ ବାଂଲାଦେଶ, ୟୁଏଇ, ଭୂଟାନ, ବାହାରିନ୍, ମରିସସ ଏବଂ ଶ୍ରୀଲଙ୍କା ସାମିଲ ଅଛି ।

ଗତ ବର୍ଷ ତୁଳନାରେ ୨୦୨୩-୨୪ରେ ଖରିଫ ଏବଂ ରବି ଉତ୍ପାଦନ କମ ହେବା ଅନୁମାନ ଯୋଗୁଁ ପର୍ଯ୍ୟାପ୍ତ ଘରୋଇ ଉପଲବ୍ଧତା ସୁନିଶ୍ଚିତ ପାଇଁ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଗତ ବର୍ଷ ପିଆଜର ଉତ୍ପାଦନ କମ ହେବା ଯୋଗୁଁ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧି ପାଇଥିଲା । ତେବେ ଏହି କଟକଣା ଭାରତୀୟ ଚାଷୀଙ୍କୁ କ୍ଷତି ପହଞ୍ଚାଇଥିଲା । ସେମାନଙ୍କୁ ନିଜ ଫସଲ ପାଇଁ କମ ମୂଲ୍ୟ ମିଳିଥିଲା ।

ଏହି ଦେଶଗୁଡ଼ିକୁ ପିଆଜ ରପ୍ତାନୀ କରୁଥିବା ଏଜେନ୍ସି ଏନସିଇଏଲ ଇ-ପ୍ଲାଟଫର୍ମ ଜରିଆରେ ରପ୍ତାନୀ ପାଇଁ ଘରୋଇ ପିଆଜ ମଗାଇଛି । ଉପଭୋକ୍ତା ମାମଲା ବିଭାଗର ପ୍ରାଇସ୍ ଷ୍ଟାବଲାଇଜେସନ (ପିଏସଏଫ) ଅଧିନରେ ରବି-୨୦୨୪ରେ ପିଆଜର ବଫର କ୍ରୟ ଲକ୍ଷ୍ୟ ଚଳିତ ବର୍ଷ ୫ ଲକ୍ଷ ଟନ୍ କରାଯାଇଥିଲା । 

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.