ବାପା-ମାଆଙ୍କ ପାଇଁ ମୃଣାଳ ରିଜେକ୍ଟ କରିଥିଲେ ଅନେକ ଫିଲ୍ମ ? ନିଜେ କଲେ ଖୁଲାସା

Published By : Prameya-News7 Bureau | April 28, 2024 IST

ମୁମ୍ଵାଇ ୨୮।୦୪: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଉଦୀୟମାନ ଅଭିନେତ୍ରୀମାନଙ୍କ ମଧ୍ୟରୁ ମୃଣାଳ ଠାକୁର ଅନ୍ୟତମ। ଏହି ଅଭିନେତ୍ରୀ ଦମ୍‌ଦାର ଫିଲ୍ମ କରିବା ପରେ ଲୋକଙ୍କ ମନରେ ସ୍ଥାନ ସୃଷ୍ଟି କରିଛନ୍ତି।  ମୃଣାଲ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି କିନ୍ତୁ 'ସୀତା ରାମମ' ହିଁ ତାଙ୍କ ଫେମ୍‌ ଦେଇଥିଲା । ଏହି ଅଭିନେତ୍ରୀ ନିକଟରେ ଫିଲ୍ମ 'ଦି ଫ୍ୟାମିଲି ଷ୍ଟାର'ରେ ଦକ୍ଷିଣ ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ସହ ନଜର ଆସିଥିଲେ। ହେଲେ ଏକ ସାକ୍ଷାତକାରରେ ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ତାଙ୍କ ପିତାମାତାଙ୍କ କାରଣରୁ ସେ ଅନେକ ଫିଲ୍ମ ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

 

'ଜର୍ସି', 'ସୀତା ରାମ', 'ହୈ ନନ୍ନା' ଏବଂ 'ସୁପର ୩୦' ସମେତ ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିବା ମୃଣାଳ ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହେଉଛି ଅନ୍ତରଙ୍ଗ ଦୃଶ୍ୟ।  କାହିଁକି ନା ତାଙ୍କ ପିତାମାତା ଏସବୁରେ କମ୍ଫର୍ଟ ନୁହଁନ୍ତି । ତେବେ ପରେ ସେ ତାଙ୍କ ପିତାମାତାଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ବୁଝାଇଥିଲେ।

 

ଅଭିନେତ୍ରୀ କହିଥିଲେ ଯେ ଅନ୍ତରଙ୍ଗ ଦୃଶ୍ୟ କରିବା ପାଇଁ ମୁଁ ପ୍ରକୃତରେ କମ୍ଫର୍ଟେବୁଲ ନୁହେଁ । ଏଥିସହ, ତାଙ୍କ ପିତାମାତା ମଧ୍ୟ ଏହାକୁ ଅନୁମତି ଦେଇନଥିଲେ, କିନ୍ତୁ ତା’ପରେ ଏକ ସମୟ ଆସିଗଲା ଯେତେବେଳେ ତାଙ୍କୁ ତାଙ୍କ ପିତାମାତାଙ୍କ ସହ କଥା ହେବାକୁ ପଡିଲା । ମୃଣାଳ କହିଥିଲେ ସେତେବେଳେ ମୁଁ ଡରିଯାଇଥିଲି ମୁଁ କେବଳ ଚଳଚ୍ଚିତ୍ରକୁ 'ନା' କହୁଥିଲି, କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ମୁଁ କହିବି ନାହିଁ? ତା’ପରେ ଏକ ସମୟ ଆସିଗଲା ଯେତେବେଳେ ମୋତେ ମୋର ପିତାମାତାଙ୍କ ସହ ବସି ଆଲୋଚନା କରିବାକୁ ପଡିଲା । ସେ କହିଥିଲେ ଯେ ପାପା, ବେଳେବେଳେ ଏହିସବୁ ଘଟଣା ଘଟେ, ସେଥିପାଇଁ ମୁଁ ଫିଲ୍ମ ଛାଡି ପାରିବି ନାହିଁ । ସେ ନିଜ ପିତାମାତାଙ୍କୁ ନିଶ୍ଚିତ କରିଛନ୍ତି ଯେ ସେ ନିଜେ ଏଭଳି ଦୃଶ୍ୟ କରିବା ପାଇଁ କମ୍ଫର୍ଟ ନୁହଁନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.