ସତ୍ୟଭାମାପୁରରେ ରାହୁଲ ଗାନ୍ଧୀ, ବୁଲି ଦେଖିଲେ ମଧୁବାବୁଙ୍କ ଜନ୍ମପୀଠ

Published By : Prameya-News7 Bureau | April 28, 2024 IST

ଭୁବନେଶ୍ବର ୨୮।୪:  ଓଡିଶାରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ରାହୁଲ। ଏଠାରୁ ସିଧାସଳଖ ଉତ୍କଳ ଗୌରବ ମଧସୁଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଯାଇଛନ୍ତି । ଏକ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ସତ୍ୟଭାମାପୁରରେ ପହଞ୍ଚିବା ପରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାହୁଲ । ମାଲ୍ୟାର୍ପଣ ପରେ ମଧୁବାବୁଙ୍କ ଜନ୍ମପୀଠ ବୁଲି ଦେଖିଛନ୍ତି । ଏହାପରେ ସାଲେପୁରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସାଲେପୁର ଠାରେ ସାଧାରଣ ସଭାରେ ଉଦବୋଧନ ଦେବେ ରାହୁଲ ।

You Can Read :

ଟ୍ବିନ୍‌ସିଟି ପାଇଁ ରେଡ୍ ଆଲର୍ଟ : କଟକ ଓ ଭୁବନେଶ୍ବରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.