୨୦୨୪ ଆର୍ଥିକ ବର୍ଷରେ ୫ ଭାରତୀୟ IT ସେବା କମ୍ପାନୀ ହରାଇଛନ୍ତି ୬୯,୧୬୭ କର୍ମଚାରୀ

Published By : Prameya-News7 Bureau | April 27, 2024 IST

ମୁମ୍ବାଇ ୨୭।୪: ଅନିଶ୍ଚିତ ଚାହିଦା ପରିବେଶରେ ଟାଟା କନସଲଟାନସୀ ସର୍ଭିସେସ୍ (ଟିସିଏସ୍), ଇଂଫୋସିସ୍, ଏଚସିଏଲ ଟେକ୍, ୱିପ୍ରୋ ଓ ଟେକ୍ ମହିନ୍ଦ୍ରା ସମେତ ଶୀର୍ଷ ୫ ଭାରତୀୟ ଆଇଟି ସେବା ଦିଗ୍ଗଜ ୨୦୨୪ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ମୋଟ ୬୯,୧୬୭ କର୍ମଚାରୀଙ୍କୁ ହରାଇଲେଣି। ତେବେ ଏମାନଙ୍କ ମଧ୍ୟରେ ଏଚସିଏଲ ଟେକ୍ ଏକମାତ୍ର ଆଇଟି କମ୍ପାନୀ ଯିଏ ସାରା ବର୍ଷରେ କିଛି କର୍ମଚାରୀଙ୍କୁ ନିଯୁକ୍ତ କରିବାରେ ସକ୍ଷମ ହୋଇଛନ୍ତି।

୨୦୨୪ ଆର୍ଥିକ ବର୍ଷରେ ଟିସିଏସ୍ କର୍ମଚାରୀ ସଂଖ୍ୟାରେ ୧୩,୨୪୯ହ୍ରାସ ଦେଖାଯାଇଥିବା ବେଳେ ଇଂଫୋସିସ୍ କର୍ମଚାରୀ ସଂଖ୍ୟାରେ ୨୫,୯୯୪ ହ୍ରାସ ଦେଖାଯାଇଛି। ତେବେ ଏହି ସମୟରେ ୱିପ୍ରୋ ୨୪,୫୧୬ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ଏପ୍ରିଲ ୨୫ ତାରିଖ ଦିନ ଆୟ ରିପୋର୍ଟ ଦାଖଲ କରିଥିବା ଟେକ୍ ମହିନ୍ଦ୍ରା ତା ମୋଟ କର୍ମଚାରୀ ସଂଖ୍ୟାରେ ୬,୯୪୫ ହ୍ରାସ ହୋଇଥିବା ସୂଚିତ କରିଛି। ଏହା ଛଡା ଏଚସିଏଲ ଟେକ୍ର ୨୪ ଆର୍ଥିକ ବର୍ଷରେ କର୍ମଚାରୀ ସଂଖ୍ୟାରେ ପାଖାପାଖି ୧,୫୩୭ ବୃଦ୍ଧି ଦେଖାଯାଇଛି। ତେବେ ଏହା ଏତେ ବି ବୃଦ୍ଧି ନୁହେଁ ବୋଲି କୁହାଯାଇଛି। 

ଆର୍ଥିକବର୍ଷର ଚତୁର୍ଥ ତ୍ରୈମାସିକ ପର୍ଯ୍ୟନ୍ତ ଟିସିଏସର କର୍ମଚାରୀ ସଂଖ୍ୟାରେ ୧,୭୫୯ ହ୍ରାସ ଦେଖାଯାଇଛି। ସେହିପରି ଇଂଫୋସି ମଧ୍ୟ ୫,୪୨୩ କର୍ମଚାରୀଙ୍କୁ ହରାଇଛି। ୱିପ୍ରୋ କର୍ମଚାରୀ ସଂଖ୍ୟାରେ ୬,୧୮୦ କମିଛି। ସେହିପରି ଟେକ୍ ମହିନ୍ଦ୍ରାରେ ନିଯୁକ୍ତି ପରେ ମଧ୍ୟ ୭୯୫ କର୍ମଚାରୀଙ୍କ ଅଭାବ ରହିଛି। ତେବେ ବିଶ୍ଲେଷକମାନେ କହିଛନ୍ତି ଯେ ୨୦୨୪ରେ ଦେଖାଯାଇଥିବା ବୃଦ୍ଧିରେ ହ୍ରାସ କାରଣରୁ ଏଭଳି ପରିସ୍ଥିତି ଉପୁଜିଛି। କମ୍ପାନୀମାନଙ୍କୁ ମାର୍ଜିନ ଓ ଉପଯୋଗ ହାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିଛି। ଏଣୁ କମ୍ପାନୀମାନେ ନୂଆ କର୍ମଚାରୀ ନିଯୁକ୍ତି ଉପରେ ପ୍ରାଥମିକତା ନ ଦେଇ କର୍ମଚାରୀ ହ୍ରାସ ଉପରେ ଧ୍ୟାନ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.