ଆମେରିକାରେ ତଦନ୍ତ ପରିସରକୁ ଆସିଲେ MDH ଓ ଏଭରେଷ୍ଟ ମସଲା, ସିଙ୍ଗାପୁର ଓ ହଂକଂରେ ହୋଇଛି କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ ୨୭।୪: ଭାରତର ଦୁଇ ମସଲା ବ୍ରାଣ୍ଡ ଏମଡିଏଚ୍ ଓ ଏଭେରେଷ୍ଟ ଧିରେ ଧିରେ ସାରା ବିଶ୍ୱରେ ଫଶିବାକୁ ଲାଗିଲେଣି। ହଂକଂ ଓ ସିଙ୍ଗାପୁରରେ ସର୍ବ ପ୍ରଥମେ ଏହି ଦୁଇ ମସଲା ବ୍ରାଣ୍ଡ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ କରିଥିଲେ। ଏହା ପରେ ଭାରତରେ ଏଫଏସଏସଏଆଇ ସାମ୍ପଲ ସଂଗ୍ରହ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏବେ ଏହି ଦୁଇ ବ୍ରାଣ୍ଡର ଆମେରିକାରେ ବି ତଦନ୍ତ ଆରମ୍ଭ ହୋଇଯାଇଛି। ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନ (ଏଫଡିଏ) ଏଥିରୁ କ୍ୟାନସରର କାରଣ ମନେ କରାଯାଉଥିବା ଏକ ପେଷ୍ଟିସାଇଡ୍ ର ଯାଞ୍ଚ ଆରମ୍ଭ କରିଦେଇଛି। 

ଏଫଡିଏ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଦୁଇ ମସଲା ବ୍ରାଣ୍ଡ ବିରୋଧରେ ଆସିଥିବା ରିପୋର୍ଟ ଉପରେ ତାଙ୍କର ନଜର ରହିଛି। ସେ କହିଛନ୍ତି ଯେ ଆମେ ଏହି ପ୍ରଡକ୍ଟର ସୂଚନା ସଂଗ୍ରହ କରୁଛୁ। ଇଣ୍ଡିଆନ ସ୍ପାଇସ୍ ବୋର୍ଡ କହିଥିଲେ ଯେ ସେ ଏକ୍ସପୋର୍ଟରଙ୍କ ସହ ମିଶି ମାମଲାର ମୂଳ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରୁଛନ୍ତି। ସାଙ୍ଗକୁ ହଂକଂ ଓ ସିଙ୍ଗାପୁର ପଠାଯାଇଥିବା ପ୍ରଡକ୍ଟସର ମଧ୍ୟ ଯାଞ୍ଚ କରିବେ। ବୋର୍ଡ ମସଲା ଉଦ୍ୟୋଗକୁ ଏହି ସମସ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ମାଗିଛନ୍ତି। ବୋର୍ଡ କହିଛନ୍ତି ଯେ ଫୁଡ ସେଫ୍ଟି ଓ କ୍ୱାଲିଟି ସୁନିଶ୍ଚିତ କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ। 

ଉଲ୍ଲେଖଯୋଗ୍ୟ ଯେ ହଂକଂ ଚଳିତମାସରେ ଏମଡିଏଚର ୩ ମସଲା ସହିତ ଏଭେରେଷ୍ଟର ଫିସ୍ କରି ମସଲା ଉପରେ ରୋକ ଲଗାଇଦେଇଥିଲେ। ଏହା ଛଡା ସିଙ୍ଗାପୁର ମଧ୍ୟ ଏହି ମସଲାଗୁଡିକୁ ବଜାରରୁ ବାହାର କରିବାକୁ ଆଦେଶ ଦେଇଥିଲା। ସାଙ୍ଗଙ୍କୁ ଉପଭୋକ୍ତାଙ୍କୁ ଏହି ମସଲା ରଖିଥିଲେ ବ୍ୟବହାର ନ କରିବାକୁ ଅପିଲ କରାଯାଇଥିଲା। ଏହି ମସଲାଗୁଡିକରେ ଏଥଲିନ ଅକ୍ସାଇଡ ମିଳିଥିଲା, ଯାହା ଏକ ହାନିକାରକ ପେଷ୍ଟିସାଇଡ୍। ଏହି ଆଦେଶ ଯୋଗୁ ଏମଡିଏଚ୍ ଓ ଏଭେରେଷ୍ଟ ମସଲା କମ୍ପାନୀଙ୍କୁ ଝଟକା ଲାଗିଥିଲା। ଏଥି ପାଇଁ ଉଭୟ ମସଲା ବ୍ରାଣ୍ଡ ସେମାନଙ୍କ ବିରୋଧରେ ଏପର୍ଯ୍ୟନ୍ତର ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.