ଆମେରିକା ସ୍କାନରରେ ଭାରତର ଏମ୍‌ଡିଏଚ୍ ଓ ଏଭରେଷ୍ଟ ମସଲା; ଯାଞ୍ଚ ଆରମ୍ଭ କଲା ଏଫ୍‌ଡିଏ

Published By : Prameya-News7 Bureau | April 27, 2024 IST

abp News

ନୂଆଦିଲ୍ଲୀ: ହଂକଂ ଓ ସିଙ୍ଗାପୁର ପରେ ଏଭରେଷ୍ଟ ଓ ଏମ୍‌ଡିଏଚ୍‌ ମସଲା ଉପରେ ଯାଞ୍ଚ ଆରମ୍ଭ କରିଛି ଆମେରିକା। ଏହା ପୂର୍ବରୁ ଭାରତ ମଧ୍ୟ ସାମ୍ପଲ ଟେଷ୍ଟ ଆରମ୍ଭ କରିଦେଇଛି। ଏଥିପାଇଁ ହଂକଂ ଓ ସିଙ୍ଗାପୁର ଠାରୁ ଗବେଷଣା ସମ୍ପର୍କରେ ବିସ୍ତୃତ ବିବରଣୀ ମାଗିଛି ଭାରତ। 

ଉପରୋକ୍ତ ଦୁଇ ଦେଶ ହଂକ ଓ ସିଙ୍ଗାପୁର ଏମ୍‌ଡିଏଚ୍‌ ଓ ଏଭରେଷ୍ଟ ମସଲାରେ କୀଟନାଶକ ଇଥିଲିନ ଅକ୍ସାଇଡ୍‌ ଅତ୍ୟଧିକ ପରିମାଣରେ ଥିବା ଦାବି କରିଥିଲେ। 

ଏହି ଇଥିଲିନ କ୍ୟାନ୍‌ସର ବାହକ କେମିକଲ କାର୍‌ସିନୋଜେନ୍‌ ବର୍ଗରେ ଆସୁଛି। ଏହା କ୍ଷେତରେ ବ୍ୟବହାର କରାଯାଇପାରେ। ଯଦିଓ ତୁରନ୍ତ ବ୍ୟବହାରରେ କୌଣସି କ୍ଷତି ହେବନି। କିନ୍ତୁ ଦୀର୍ଘଦିନ ବ୍ୟବହାର କଲେ କ୍ୟାନ୍‌ସର ହେଇପାରେ ବୋଲି ହଂକଂ କହିଥିଲା। ଏହାପରେ ଦୁଇ ଦେଶ ମସଲାର ଆମଦାନୀ ଓ ବିକ୍ରି ଉପରେ ବ୍ୟାନ୍ ଲଗାଇଥିଲେ। 

ଏବେ ଆମେରିକା ଏହି ଦୁଇ ମସଲାର ସାମ୍ପଲ ଟେଷ୍ଟ କରିବା ଆରମ୍ଭ କରିଦେଇଛି। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ସ ଏଡମିନିଷ୍ଟ୍ରେସନ(ଏଫ୍‌ଡିଏ) ଏନେଇ ତଥ୍ୟ ଜୁଟାଇଛି। ମାମଲା ସାମ୍ନାକୁ ଆସିବା ପରେ ଏଫ୍‌ଡିଏ ସତର୍କ ହୋଇଯାଇଛି ବୋଲି ଆମେରିକା କହିଛି। ଏଫ୍‌ଡିଏ ପ୍ରବକ୍ତା ରୟଟର୍ସକୁ ସୂଚନା ଦେଇ କହିଛନ୍ତି ଯେ ଏହି ଦୁଇ ମସାଲ ବିରୋଧରେ ଆସିଥିବା ରିପୋର୍ଟ ଉପରେ ତାଙ୍କର ନଜର ରହିଛି। ଆମେ ଏହି ପ୍ରଡକ୍ଟ ବିଷୟରେ ତଥ୍ୟ ସଂଗ୍ରହ କରୁଛୁ।

ଏନେଇ ଇଣ୍ଡିଆ ସ୍ପାଇସ୍ ବୋର୍ଡ କହିଥିଲା ଯେ ଏକ୍ସପର୍ଟଙ୍କ ସହ ମିଶି ମାମଲାର ମୂଳ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରୁଛୁ। ଏଥିସହିତ ହଂକଂ ଓ ସିଙ୍ଗାପୁର ପଠାଯାଇଥିବା ପ୍ରଡକ୍ଟର ଯାଞ୍ଚ କରିବାକୁ ଭାରତ କହିଛି।

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.