ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସୁଛି ଏକ ରୋମାଞ୍ଚକର ରବିବାର। ସେପ୍ଟେମ୍ବର ୧୩ରେ ଭାରତୀୟ କ୍ରିକେଟ୍ ଟିମ୍ ଗୋଟିଏ ଦିନରେ ଦୁଇଟି ଅଲଗା ଅଲଗା ଦେଶ ବିପକ୍ଷରେ ମଇଦାନକୁ ଓହ୍ଲାଇବାକୁ ଯାଉଛି। ଗୋଟିଏ ପଟେ ମହିଳା ଟିମ୍ ଏସିଆ କପ୍ ୨୦୨୬ର ଫାଇନାଲ୍ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବାକୁ ଥିବାବେଳେ, ଅନ୍ୟପଟେ ପୁରୁଷ ଟିମ୍ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ। ଆସନ୍ତୁ ଜାଣିବା ଏହି ଦୁଇଟି ଯାକ ମ୍ୟାଚ୍ କେଉଁଠାରେ ଖେଳାଯିବ ଏବଂ ଏହାର ସିଧାପ୍ରସାରଣ ଆପଣ କିପରି ଦେଖିପାରିବେ।

ଭାରତ ବନାମ ଶ୍ରୀଲଙ୍କା: ମହିଳା ଏସିଆ କପ୍ ଫାଇନାଲ୍

୨୦୨୬ ମହିଳା ଏସିଆ କପର ମହାମୁକାବିଲା ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ଖେଳାଯିବ। ଟ୍ରଫି ହାତେଇବା ଲକ୍ଷ୍ୟରେ ଭାରତୀୟ ମହିଳା ଦଳ ଓ ଶ୍ରୀଲଙ୍କା ଦଳ ମୁହାଁମୁହିଁ ହେବେ। ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ମ୍ୟାଚ୍ ଆରମ୍ଭ ହେବ। ଟିଭିରେ ଏହି ଫାଇନାଲ୍ ମ୍ୟାଚର ଲାଇଭ୍ ପ୍ରସାରଣ Sony Sports Network ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ମୋବାଇଲ୍ ବା ଓଟିଟିରେ SonyLIV ଆପ୍ ମାଧ୍ୟମରେ ସିଧାପ୍ରସାରଣ ଉପଭୋଗ କରିପାରିବେ।

ଭାରତ ବନାମ ଆଫଗାନିସ୍ତାନ: ପ୍ରଥମ ଟି-୨୦

ପୁରୁଷ କ୍ରିକେଟରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍ ଖେଳାଯିବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଆୟୋଜିତ ହେବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ। ଟିଭିରେ ଏହି ମ୍ୟାଚର ସି ପ୍ରସାରଣ Sony Sports Network ରେ ଉପଲବ୍ଧ ହେବ। ଅନ୍ୟପଟେ ଡିଜିଟାଲ୍ ଷ୍ଟ୍ରିମିଂ ପାଇଁ ଦର୍ଶକ FanCode ଆପରେ ମ୍ୟାଚର ଆନନ୍ଦ ନେଇପାରିବେ।

ଭାରତୀୟ ଦଳ

ଶ୍ରେୟସ୍ ଆୟର୍ (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ୍ (ୱିକେଟ୍ କିପର), ଇଶାନ୍ କିଶାନ (ୱିକେଟ୍ ରକ୍ଷକ), ତିଲକ ବର୍ମା(ଉପଅଧିନାୟକ), ଶିବମ୍ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ୟଶ ଠାକୁର |

ଆଫଗାନିସ୍ତାନ ଦଳ

ଇବ୍ରାହିମ ଜାଦ୍ରାନ୍ (ଅଧିନାୟକ), ରହମାନୁଲ୍ଲା ଗୁରୁବାଜ (ୱିକେଟ୍ ରକ୍ଷକ), ନୁର ରହମାନ (ୱିକେଟ୍ କିପର), ସେଦିକୁଲ୍ଲା ଅଟଳ, ଦର୍ବିଶ ରସୁଲି, ଆଜମତୁଲ୍ଲା ଉମରଜାଇ, ଗୁଲବଦ୍ଦିନ ନାଇବ, ମହମ୍ମଦ ନବୀ, ରସିଦ ଖାନ, ନଙ୍ଗିଆଲ ଖାରୋତି, ମୁଜାବୁଲ ଅହମ୍ମଦଜାଇ, ଏବଂ ନବୀନ-ଉଲ୍-ହକ୍ |