ଭୁବନେଶ୍ୱର ୦୯।୧୦ : ୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରହିଛି । ଆଉ ୨୦୩୬ ସୁଦ୍ଧା ହଜାରେ କୋଟି ଅଣ୍ଡା ଉତ୍ପାଦାନ ଲକ୍ଷ୍ୟ ରହିଛି । ବଡ଼ ଅଣ୍ଡା ଚାଷୀଙ୍କ ପାଇଁ ବ୍ୟବସାୟିକ କୁକୁଡ଼ା ପାଳନ ଯୋଜନାର ଶୁଭାରମ୍ଭ କରାଯାଇଛି । ଏଣିକି ୮ ରୁ ୧୦ କୋଟି ଯାଏଁ ସବସିଡି ମିଳିବ ବୋଲି କହିଛନ୍ତି  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଣ୍ଡା ଉତ୍ପାଦନରେ ଓଡିଶା ଆତ୍ମନିର୍ଭର ହେବା ପାଇଁ ଆଜି ବିଶ୍ୱ ଅଣ୍ଡା ଦିବସରେ ବ୍ୟବସାୟିକ କୁକୁଡ଼ା ପାଳନ ବା କମର୍ସିଆଲ ଲେୟାର ଫାର୍ମିଂ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ସବସିଡକୁ ବୃଦ୍ଧି କରାଯାଇ ସର୍ବାଧିକ ୮ କୋଟି ଏବଂ କେବିକେ ଅଞ୍ଚଳରେ ୧୦ କୋଟି କରାଯାଇଛି । ପୂର୍ବରୁ ଅଣ୍ଡା ଚାଷୀ ସର୍ବାଧିକ ୧ କୋଟି ଯାଏଁ ସବସିଡ ପାଉଥିଲେ । ୨୫ ହଜାରରୁ ଅଧିକ କୁକୁଡ଼ା ଚାଷ କରୁଥିବା ଚାଷୀ ଏହାର ଫାଇଦା ପାଇପାରିବେ ।

Also Read:-କଲେଜ କ୍ୟାମ୍ପସରେ ନୋମିନେସନର ପାୱାର ସୋ

ଲକ୍ଷ୍ମୀସାଗର ସ୍ଥିତ ପ୍ରାଣୀଚିକିତ୍ସା ଅଧିକାରୀ ଟ୍ରେନିଂ ସେଣ୍ଟର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭରମ୍ଭ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ । ଏହାସହ ଏକାଧିକ ଚାଷୀ ଏବଂ ଉଦ୍ୟୋଗୀଙ୍କୁ ଗୋ ଆହେଡ଼ ସାଟିଫିକେଟ ବାଣ୍ଟିଥିଲେ ମନ୍ତ୍ରୀ । ବଡ଼ କଥା ହେଲା ରାଜ୍ୟରେ ଏବେ ଦୈନିକ ଅଢେଇ କୋଟି ଅଣ୍ଡର ଆବଶ୍ୟକତା ରହୁଥିବା ବେଳେ ଉତ୍ପାଦନ ହେଉଛି ମାତ୍ର କୋଟିଏ ୨୦ ଲକ୍ଷ ଅଣ୍ଡା । ୨୦୨୯ ସୁଦ୍ଧା ଦୈନିକ ୧ କୋଟି ୩୦ ଲକ୍ଷ୍ୟ ରହିଥିବା ବେଳେ ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ । ଆଉ ୨୦୩୬ ସୁଦ୍ଧା ହଜାରେ କୋଟି ଅଣ୍ଡା ଉତ୍ପାଦାନ ଲକ୍ଷ୍ୟ ରଖାଯାଇଛି । ଆଉ ଖୁଵ ଶୀଘ୍ର ଏନେଇ ନୂଆ ନୀତି ଆଣିବାକୁ ଯାଉଛି ବିଭାଗ ।