ନୂଆଦିଲ୍ଲୀ ୧୮।୦୯ : ଏସୀୟ କ୍ରୀଡ଼ା ୨୦୨୬ । ଏସୀୟ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ ଦଳର ସହଜ ବିଜୟ । ଟି-ଟ୍ବେଣ୍ଟି ମ୍ୟାଚରେ ଜାପାନକୁ ୮ ୱିକେଟରେ ହରାଇଲା ଭାରତ । ସହଜ ବିଜୟ ସହ ସେମିରେ ପ୍ରବେଶ କଲା ଭାରତ । ଆସନ୍ତା ରବିବାର ସେମିରେ ବାଂଲାଦେଶ ସହ ହେବ ଟକ୍କର ।

ଏସୀୟ କ୍ରୀଡା ୨୦୨୬ର ମହିଳା କ୍ରିକେଟ୍ କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଭାରତୀୟ ବୋଲରମାନେ ଦମ୍‌ଦାର ଖେଳ ପ୍ରଦର୍ଶନ ।  ଶେଫାଳୀ-ଶ୍ରୀଚରଣୀଙ୍କ ଧମାକାରେ ସଫା ହୋଇଗଲା ଆୟୋଜକ ଜାପାନ । ୮ ୱିକେଟରେ ପରାସ୍ତ କରିଛି ଟିମ୍ ହରମନ । ଏହାସହିତ ଭାରତୀୟ ଦଳ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଏହି ମ୍ୟାଚରେ ଜାପାନର ଇନିଂସ ମାତ୍ର ୫୭ ରନରେ ସୀମିତ ହୋଇଥିଲା । ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିବା ପରେ ଟିମ୍ ଇଣ୍ଡିଆର ବୋଲିଂକୁ ସାମ୍ନା କରିପାରିନଥିଲେ ଜାପାନୀ ବ୍ୟାଟର । ଏହାର ଜବାବରେ ଭାରତ ସହଜରେ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା ।

ଚମତ୍କାର ଫର୍ମରେ ଥିବା ବାମହାତୀ ସ୍ପିନର ଶ୍ରୀ ଚରାଣୀ ମାତ୍ର ୧୦ ରନ୍ ରେ ୪ ୱିକେଟ୍ ନେଇ ଟି-୨୦ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।  ଜାପାନ ଦଳ ପୁରା ଇନିଂସରେ ମାତ୍ର ତିନୋଟି ଚୌକା ମାରିପାରିଥିଲା। ପାୱାରପ୍ଲେର ପ୍ରଥମ ୬ ଓଭରରେ ଆୟୋଜକ ଦଳ ୨୪ ରନ୍ କରିଥିଲା, ଯେଉଁଥିରେ ଦୁଇଟି ଚୌକା ମଧ୍ୟରୁ ଗୋଟିଏ ସ୍ଲିପରୁ ଆସିଥିଲା। ଏହା ପରେ ୭ମ ଓଭରରେ ଶ୍ରୀ ଚରଣୀ ଅଗ୍ରଣୀ ନେଇଥିଲେ । ସେ କ୍ରମାଗତ ଦୁଇଟି ବଲରେ ଓପନର ହାରୁନା ଇୱାସାକି ଏବଂ ଅଧିନାୟକ ମାଇ ୟାନାଗିଡାଙ୍କୁ ପ୍ୟାଭିଲିୟନକୁ ପଠାଇ ଜାପାନର ଟପ୍ ଅର୍ଡରର ପିଠି ଭାଙ୍ଗିଥିଲେ ।

ସେହିପରି ପାର୍ଟ ଟାଇମ୍ ଅଫ୍ ସ୍ପିନର ଶେଫାଳୀ ବର୍ମା ମଧ୍ୟ ଟାଇଟ୍ ଲାଇନରୁ ବୋଲିଂ କରି ୧୩ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ସେହି ସମୟରେ ଦୁଇ ଜଣ ଖେଳାଳି ରନ୍ ଆଉଟ୍ ହେବା ପରେ ପ୍ୟାଭିଲିୟନକୁ ଫେରିଥିଲେ । ଶ୍ରୀ ଚରଣୀ ୫ଟି ୱିକେଟ୍ ନେଇଥିବା ବେଳେ ଶେଫାଳୀ ବର୍ମା ୨ଟି, ଦୀପ୍ତି ଶର୍ମା ଏବଂ ଶ୍ରେୟଙ୍କା ପାଟଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । 

ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ବ୍ୟାଟିଂ କରି ଜାପାନ ମାତ୍ର ୫୭ ରନ୍ କରି ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ କେବଳ ଏୟାକା କାଟୋ ୨୫ ରନ୍ କରିଥିଲେ । ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ହାରୁନା ୧୦ ରନ୍, ଇରିକା ଓଡା ୫ ରନ୍, ସିମାକୋ କାଟୋ ୩ ରନ୍, ଅକାରି ନିସିମୁରା ୨ ରନ୍, ହିନାଶା ଟୋଟା ୧ ରନ୍ କରିଥିଲେ। ଅହିଲ୍ୟା ଚାନ୍ଦେଲ ଖାତା ଏବଂ ଅଧିନାୟିକା ମାଇ ୟାନାଗିଡା ଖାତା ଖୋଲି ପାରିନଥିଲେ ।
Also Read:-'ସେମିକନ୍-ଇଣ୍ଡିଆ ୨୦୨୬' ସମ୍ମିଳନୀରେ ଓଡ଼ିଶା ପାଭିଲିୟନ୍, ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ପଲିସି ପ୍ରଦର୍ଶିତ

ଛୋଟ ସ୍କୋରର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ଟିମ୍‌ ଇଣ୍ଡିଆ ବ୍ୟାଟର । ଶେଫାଳୀ ବର୍ମା ଭାରତକୁ ଦ୍ରୁତ ଆରମ୍ଭ ଦେଇଥିଲେ । କିନ୍ତୁ ୨ଟି ୱିକେଟ୍ ଶୀଘ୍ର ପଡ଼ିଥିଲା । ଏହା ପରେ ରିଚା ଘୋଷଙ୍କ ସହ ଶେଫାଳୀ ବର୍ମା ଟିମ୍ ଇଣ୍ଡିଆକୁ ବିଜୟରେ ଆଗେଇ ନେଇଥିଲେ । ଏହି ସମୟରେ ଶେଫାଳୀ ବର୍ମା ୧୫ ବଲରେ ଅପରାଜିତ ୪୦ ରନ୍ ର ବିସ୍ଫୋରକ ଇନିଂସ ଖେଳିଥିଲେ, ଯେଉଁଥିରେ ୬ ଚୌକା ଏବଂ ୨ ଛକା ଥିଲା । ଏଥି ସହିତ ରିଚା ଘୋଷ ୬ ବଲରେ ଅପରାଜିତ ୧୨ ରନ୍ କରି ପାଭିଲିୟନକୁ ଫେରିଥିଲେ। ଯେଉଁଥିପାଇଁ ଭାରତ ୫ ଓଭରରେ ଅର୍ଥାତ୍ ୩୦ ବଲରେ ୨ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା ।

ତେବେ ଏହି ସହଜ ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ଆସନ୍ତା ରବିବାର ସେମିରେ ବାଂଲାଦେଶ ସହ ମୁହାଁମୁହିଁ ହେବ ଟିମ୍ ଇଣ୍ଡିଆ । ଶ୍ରୀଲଙ୍କାକୁ ହରାଇ ଅଷ୍ଟମ ଥର ପାଇଁ ଏସିଆ କପ ଜିତିଥିଲା ଟିମ୍ ଇଣ୍ଡିଆ ଏସିଆନ ଗେମ୍ସରେ ଦମଦାର ଆରମ୍ଭ କରିଛନ୍ତି ।