ନୂଆଦିଲ୍ଲୀ: ମିଳିତ ଜାତି ସଂଘ(ୟୁଏନ)ରେ ଭାରତର ପ୍ରଥମ ସଚିବ ପେଟଲ ଗହଲୋତ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ)ରେ ନିଜର ଉତ୍ତର ଦେବାର ଅଧିକାର କାଳରେ ପାକିସ୍ତାନ ପ୍ରଶାସନର କଡ଼ା ସମାଲୋଚନା କରି ଏବେକା ସହବାଜ ସରକାରକୁ ‘ଫର୍ମ-୪୭’ ସରକାର ବୋଲି କହିଛନ୍ତି। ଫର୍ମ-୪୭ ଏକ ନିର୍ବାଚନୀ ଡକ୍ୟୁମେଣ୍ଟ ଓ ୨୦୨୪ ନିର୍ବାଚନରେ ପାକିସ୍ତାନୀ ସେନା ଏହି ଫର୍ମରେ ହେରଫେର କରିଥିଲା, ଯାହାଦ୍ୱାରା ସରିଫ ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି। ଏଣୁ ପାକିସ୍ତାନୀ ଲୋକେ ସରିଫଙ୍କୁ ପରିହାସ କରିବା ପାଇଁ ଏହି ସ୍ଲୋଗାନ ଦିଅନ୍ତି।

ଗହଲୋତ କହିଛନ୍ତି ଯେ ‘ଏହା ସେହି ସଂସ୍ଥା ଯାହା ଆଗରେ ଆଜି ପାକିସ୍ତାନ ପ୍ରତିନିଧି ଏତେ ଶ୍ରଦ୍ଧାରେ ଆଣ୍ଠଉଛନ୍ତି’। ସେ ସରିପଙ୍କ ଦ୍ୱାରା ତାଙ୍କ ଭାଷଣରେ ଫିଲ୍ଡ ମାର୍ସଲ ସୟଦ ଅସୀମ ମୁନିରଙ୍କୁ ବାରମ୍ବାର ପ୍ରଶଂସା କରି ତାଙ୍କର ଉଲ୍ଲେଖ କରିଛନ୍ତି, ଯାହା ବାସ୍ତବିକ ଅସାଧାରଣ, କାରଣ ମୁନିର ନିର୍ବାଚିତ ପ୍ରତିନିଧି ନୁହନ୍ତି। ଗହଲୋତ କହିଛନ୍ତି ଯେ ‘ଆମେ ଏକ ଏପରି ଶାସନରୁ ଗଣତାନ୍ତ୍ରିକ ଅଧିକାର ଓ ମାନବିକ ମୂଲ୍ୟ ସମ୍ପର୍କରେ ସଠ ଉପଦେଶ ଶୁଣିଲେ, ଯାହାର ରାଜଧାନୀକୁ ଏବେ ତାଙ୍କ ନିଜ ଲୋକଙ୍କ ଲାଗି ସେନାଛାଉଣୀରେ ପରିଣତ କରାଯାଇଛି’।

ପାକିସ୍ତାନରେ ଫର୍ମ-୪୭ ଓ ୨୦୨୪ ସାଧାରଣ ନିର୍ବାଚନ ପ୍ରସଙ୍ଗଫର୍ମ-୪୭
ଏକ ଏପରି ଡକ୍ୟୁମେଣ୍ଟ ଯେଉଁଥିରେ ନିର୍ବାଚନ ମଣ୍ଡଳିର ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ରରେ ଭୋଟ ସତ୍ୟାପନ ପୂର୍ବରୁ ଏକତ୍ର କରାଯାଇଥିବା ଭୋଟର ଅପୁଷ୍ଟ ସୂଚୀ ହୋଇଥାଏ। ଫେବୃଆରୀ ୨୦୨୪ ନିର୍ବାଚନ ବିବାଦୀୟ ଥିଲା। କାରଣ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ସମର୍ଥକ ଓ ଅନ୍ୟ ସମାଲୋଚକ ଦେଖିବାକୁ ପାଇଥିଲେ ଯେ ଫର୍ମ-୪୭ରେ ଲିଖିତ ସଂଖ୍ୟା ଫର୍ମ-୪୫ ସହ ମେଳ ଖାଉ ନାହିଁ। ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ଅନୁସାରେ ପାକିସ୍ତାନ ସେନା ଏହି ଡକ୍ୟୁମେଣ୍ଟରେ ହେରଫେର କରିଛି ଓ ଏହି ସୁନିଶ୍ଚିତ କରିଛି ଯେ ଆମ ପ୍ରାର୍ଥୀ ଯେପରି ଜିତି ନ ପାରନ୍ତି। ଏଣୁ ନୱାଜ ସରିଫଙ୍କ ପାର୍ଟି ଓ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସରକାରଙ୍କୁ ନିର୍ବାଚନରେ ଜିତିବାକୁ ସହାୟତା ମିଳିଥିଲା।

ଏଭଳି ଅନିୟମିତତା ଘଟଣା ଓ ଅନ୍ୟ ରାଜନୈତିକ ଦୁର୍ନୀତି କାରଣରୁ ସମାଲୋଚକ ଓ ବିପକ୍ଷ ପ୍ରାୟତଃ ପାକିସ୍ତାନର ଏବେକା ସରକାରକୁ ‘ଫର୍ମ-୪୭’ ସରକାର ବୋଲି କହୁଛନ୍ତି। ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସମ୍ବୋଧନ ପରେ ଭାରତ ଦ୍ୱାରା ୟୁଏନଜିଏ ରେ ନିଜର ଉତ୍ତର ରଖିବାର ଅଧିକାର ପ୍ରୟୋଗ କରି ବୈଶ୍ୱିକ ସ୍ତରରେ ଏହି ଶବ୍ଦକୁ ପ୍ରାଥମିକତା ଦେଇଛି। ଅନ୍ତରୀଣ ଗଣତାନ୍ତ୍ରିକ ଦମନ, ସୀମା ପାର ଆତଙ୍କବାଦ ଓ ଇସ୍ଲାମାବାଦ ନେତୃତ୍ୱର ବିବାଦୀୟ ବୈଧତା ଉଜାଗର କରି ପାକିସ୍ତାନର ବର୍ତ୍ତମାନ ମେଣ୍ଟ ସରକାରର ଦୁର୍ବଳ ଜନାଦେଶକୁ ଭାରତ ପଦାରେ ପକାଇ ଦେଇଛି।