ପାରାଦୀପ: ବସରେ ପଶ୍ଚିମବଙ୍ଗରୁ ପାରାଦୀପକୁ ହେଉଛି ଛେଳିମାନଙ୍କର ଅବୈଧ ପରିବହନ। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରୁ ପାରାଦୀପକୁ ପାସେଞ୍ଜର ନେଇ ଆସୁଥିବା ନୀଳମାଧବ ବସରେ । ଆଜି ନୀଳମାଧବ ନାମକ ବସରୁ ୩୭ ଟି ଛେଳି କୁ ଉଦ୍ଧାର କରିଛି ଲକ୍ ଥାନା ପୋଲିସ ।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ପଶ୍ଚିମବଙ୍ଗରୁ ପାରାଦୀପ ଆସୁଥିବା ରାତି ବସ ଗୁଡିକରେ ବ୍ୟାପକ ଛେଳି ଅବୈଧ ପରିବହନ ହୋଇଆସୁଥିବାର ଏବେ ସ୍ପଷ୍ଟ ହୋଇଛି । ପାଖାପାଖି ୪ ରୁ ୫ ଟି ବସରେ ପ୍ରତ୍ୟେକ ବୁଧବାର,ଶୁକ୍ରବାର ଏବଂ ରବିବାର ଦିନ ଏହି ଛେଳିଗୁଡିକ କେନ୍ଦ୍ରାପଡା ଠାରୁ ପାରାଦୀପ ର ପିପିଏଲ ଛକ, ଗଡ ଛକ, ଚୁନ ଛକ ରେ ଅର୍ଡର ଅନୁସାରେ କଢା ହୋଇଥାଏ। କୌଣସି ସୂତ୍ରରୁ ଲକ୍ ଥାନା ପୋଲିସ ଖବର ପାଇ ଚୁନ ଛକ ନିକଟରେ ନୀଳମାଧବ ବସକୁ ଯାଞ୍ଚ କରିବା ପରେ ବସ ରେ ଛେଳି ଥିବା ସ୍ପଷ୍ଟ ହୋଇଥିଲା ।

Also Read: ସାବଧାନ ! ମାତିଛନ୍ତି ସାଇବର ଠକ, କମ୍ ଦାମ୍ର ହୋଟେଲ ଅଫରରେ ପଡ଼ନ୍ତୁ ନାହିଁ, ସତର୍କ କଲା ପୁରୀ ପୋଲିସ

ଲକ୍ ଥାନା ପୋଲିସ ୩୭ଟି ଛେଳିକୁ ଉଦ୍ଧାର କରିବା ସହିତ କଣ୍ଡକ୍ଟର ରତନ ପଟ୍ଟନାୟକ, ହେଲପର ସୁଜିତ ମାଇତି ଓ ଡ୍ରାଇଭର ରାଧାକାନ୍ତ ଗିରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ସିଣ୍ଡିକେଟ ରେ ଥିବା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ତଦନ୍ତ ଜାରି ରହିଥିବା ଏକ ପ୍ରେସ ରିଲିଜ ରେ ଲକ ଥାନା ପକ୍ଷରୁ କୁହାଯାଇଛି ।