ନୂଆଦିଲ୍ଲୀ: ନିକଟରୁ ମୃତ୍ୟୁକୁ ମାତ୍ । କାନ ପାଖରୁ ଛୁଇଁ ଚାଲିଗଲା ମରଣ । ଟଳିଯାଇଛି ବଡ଼ ଅଘଟଣ । ବର୍ତ୍ତିଯାଇଛନ୍ତି ୧୬୧ ଯାତ୍ରୀ । ବିଶାଖାପାଟଣରୁ ଆସୁଥିବା ଇଣ୍ଡିଗୋ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଶନିବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନବନ୍ଦରରେ ଅଘଟଣ ଘଟୁ ଘଟୁ ଅଳ୍ପକେ ରକ୍ଷା ପାଇଛି । ତେବେ ବିମାନରେ ଯାଉଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କେହି ଆହତ ହୋଇଥିବା ଖବର ରହିଛି ।

କାହିଁକି ଏମର୍ଜେନ୍ସି ଲ୍ୟାଣ୍ଡିଂ:

ବିମାନର ଜରୁରୀକାଳୀନ ଅବତରଣ ବିଷୟରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଗାଡ଼ିଗୁଡ଼ିକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା।ଅଗ୍ନିଶମ ସେବା ବିଭାଗ କହିବା କଥା ଦିଲ୍ଲୀ ବିମାନବନ୍ଦରରେ ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ସକାଳ ୧୦.୫୩ରେ ଜରୁରୀକାଳୀନ ଅବତରଣ ବିଷୟରେ ସୂଚନା ପାଇ ତୁରନ୍ତ ଅଗ୍ନିଶମ ଗାଡି ପଠାଇଥିଲା । ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା।

Also Read...Meert Moya: ବିଶ୍ୱର ପ୍ରଥମ ମାନବୀୟ ରୋବଟ୍: ଯାହା ମଣିଷ ପରି କରୁଛି ଚଲା-ବୁଲା

କୁଆଡେ ଯାଉଥିଲା ବିମାନ?

ରିପୋର୍ଟ ଅନୁଯାୟୀ, ଇଣ୍ଡିଗୋ ବିମାନ ୬E ୫୭୯ ବିଶାଖାପାଟଣାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଯାଉଥିବା ସମୟରେ ବିମାନଟି ଏକ ଜରୁରୀକାଳୀନ କଲ୍ ପାଇଥିଲା । ସକାଳ ୧୦.୩୯ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ଇଞ୍ଜିନ୍ ବିଫଳ ହେବାର ସମ୍ଭାବନା ଥିବାରୁ ରନୱେ ୨୮ରେ "ଫୁଲ୍ ଏମର୍ଜେନ୍ସି" ଘୋଷଣା କରାଯାଇଥିଲା । ତଥାପି, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଓ ବିମାନବନ୍ଦର ପ୍ରଶାସନର ତତ୍ପରତା ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇଥିଲା। ବିମାନରେ ଯାଉଥିବା ସମସ୍ତ ୧୬୧ ଯାତ୍ରୀ ସୁରକ୍ଷିତ ଅଛନ୍ତି ।