ମୋରଡା: ମହିଳା କରୁଥିଲେ ଗଞ୍ଜେଇ କାରବାର । ତା ପୁଣି ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ । ବାରମ୍ୱାର ଚକ୍ମା ଦେଇ ଖସିଯାଉଥିଲେ । ହେଲେ ଏବେ ପଡିଯାଇଛନ୍ତି ହାବୁଡରେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଚିରକୁଣୀପଦା ଛକ ଠାରୁ ଏକ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଛି । ତା ପୁଣି ଜଣେ ମହିଳାଙ୍କ ଠାରୁ ।

କେମିତି ଥିଲା ପ୍ଲାନ?

ସୂଚନା ଥାଉକି, ବିଶେଷ ସୂତ୍ରରୁ ଖବର ପାଇ ମୋରଡା ଅବକାରୀ ଅଧିକାରୀ ଦୀପକ କୁମାର ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ପୂର୍ବରୁ ଚିରକୁଣୀପଦା ଠାରେ ଜଗି ରହିଥିଲେ । ଦୀର୍ଘ ଦିନରୁ ମହିଳା ଗଞ୍ଜେଇ ବେପାର କରି ଆସୁଥିଲେ ସୁଦ୍ଧା ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଖସିବାରେ ସମର୍ଥ ହେଉଥିଲେ ।

Also Readଦୋକାନରେ ଲୁଚାଯାଇଥିଲା ପୁଳା ପୁଳା ସିଲିଣ୍ଡର, ଚଢାଉରେ ପୋଲିସ କଲା ପର୍ଦ୍ଦାଫାଶ

ତେବେ ଆଜି ଚିରକୁଣୀପଦା ଛକ ରାସ୍ତା ହୋଇ ଜଣେ ମହିଳା ଗଞ୍ଜେଇ ନେଇ ଯାଉଥିବା ବେଳେ ମୋରଡା ଅବକାରୀ ମାଡ଼ି ବସିଥିଲା । ଉକ୍ତ ମହିଳା ନିକଟରୁ ୧.୯୩୦ ଗ୍ରାମ ର ଗଞ୍ଜେଇ ଜବତ କରାଯାଇଛି । ଗିରଫ ମହିଳା ଜଣକ ହେଉଛନ୍ତି ଚିରକୁଣୀପଦା ଗ୍ରାମର ଶ୍ରୀମତୀ ବେହେରା । ଯାହାକୁ ମୋରଡା ଅବକାରୀ ଥାନାରେ ମାମଲା ରୁଜୁ କରାଯାଇଛି । ପରେ ଉକ୍ତ ମହିଳାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।