ନୂଆଦିଲ୍ଲୀ: ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ (ଇପିଏଫଓ) ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ) ସାଲାରୀ ସୀମା ୧୫ ହଜାର ଟଙ୍କାରୁ ବଢାଇ ୨୫ ହଜାର ଟଙ୍କା କରିଦେଇଛନ୍ତି। ଏହି ନୂଆ ନିୟମ ସେପ୍ଟେମ୍ବର ୧୭ ତାରିଖରୁ ସାରା ଦେଶରେ ଲାଗୁ ହୋଇଯାଇଛି। ସେପ୍ଟେମ୍ବରରେ ପୁରୁଣା ଓ ନୂଆ ନିୟମ ଅନୁସାରେ ଅଲଗା ଅଲଗା ହିସାବ ହେବ। ଅକ୍ଟୋବର ମାସରୁ ନୂଆ ବ୍ୟବସ୍ଥାର ପୁରା ପ୍ରଭାବ ଦେଖାଯିବ। ଏହି ପିରବର୍ତ୍ତନର ପ୍ରଭାବ ଖାସ କରି ସେହି କର୍ମଚାରୀଙ୍କ ଉପରେ ପଡିବ ଯେଉଁମାନଙ୍କ ପିଏଫ ଲାଗି ବେସିକ ସାଲାରୀ ୧୫ରୁ ୨୫ ହଜାର ମଧ୍ୟରେ ରହୁଥିବ। ଏପରି କର୍ମଚାରୀଙ୍କ ପିଏଫ ଯୋଗଦାନ ବଢିପାରେ, ଅର୍ଥାତ ହାତକୁ ଆସୁଥିବା ବେତନ କମି ପାରେ।

ଭାବନ୍ତୁ ଆପଣଙ୍କ ପିଏଫ ବେତନ ୨୦ ହଜାର ଟଙ୍କା। ଅକ୍ଟୋବର ମାସରୁ କର୍ମଚାରୀଙ୍କ ଯୋଗଦାନ ୧୨% ହିସାବରେ ୨,୪୦୦ ଟଙ୍କା ହେବ । ପୂର୍ବରୁ ୧୫ ହଜାର ଟଙ୍କା ସୀମା କାରଣରୁ ଏହି ଯୋଗଦାନ ୧,୮୦୦ ଟଙ୍କା ଥିଲା। ଅର୍ଥାତ ଏବେଠାରୁ ପ୍ରତି ମାସରେ ପିଏଫ ବାବଦକୁ ଅଧିକ ୬୦୦ ଟଙ୍କା କଟିବ। ଏଥିରେ ନିଯୁକ୍ତି ଦାତା ମଧ୍ୟ ୨,୪୦୦ ଟଙ୍କା ଯୋଗଦାନ କରିବେ, ହେଲେ ପୁରା ପଇସା ଇପିଏଫକୁ ଯିବ ନାହିଁ। ଏଥିରୁ ୧,୬୬୬ ଟଙ୍କା ଇପିଏସ୍ ଅର୍ଥାତ ପେନସନ୍ ସ୍କିମକୁ ଯିବ, ବଳକା ୭୩୪ ଟଙ୍କା ଇପିଏଫ ଖାତାରେ ଜମା ହେବ। ଏହି ହିସାବରେ ଯେଉଁ କର୍ମଚାରୀଙ୍କ ବେତନ ୨୦ ହଜାର ଟଙ୍କା ସବୁ ମାସରେ ପିଏଫକୁ ୪,୮୦୦ ଟଙ୍କା ଯିବ, ପୂର୍ବରୁ ଏହି ରାଶି ୩,୬୦୦ ଟଙ୍କା ଥିଲା।

ଏଠାରେ ଏକ କଥା ବୁଝିବା ଜରୁରି। ୨୫ ହଜାର ଟଙ୍କା ନୂଆ ବେତନ ସୀମା। ଏହାର ଅର୍ଥ ନୁହେଁ ଯେ ସବୁ କର୍ମଚାରୀଙ୍କ ପିଏଫ ୨୫ ହଜାର ଟଙ୍କା ଆଧାରରେ କଟିବ। ଯଦି କୌଣସି କର୍ମଚାରୀଙ୍କ ବେତନ ୨୫ ହଜାର ଟଙ୍କାରୁ କମ୍ ତେବେ ଯୋଗଦାନ ସେହି ବେତନ ଆଧାରରେ ହେବ। ପିଏଫ ବେତନ ଓ ଗ୍ରସ ସାଲାରୀ ଏକାଭଳି ହୋଇ ନଥାଏ। ଇପିଏଫଓ ଅକ୍ଟୋବର ଉଦାହରଣ ମୁତାବକ ୧୦ ହଜାର ଟଙ୍କାର ପିଏଫ ବେତନ ଉପରେ କର୍ମଚାରୀଙ୍କ ଯୋଗଦାନ ୧୨,୦୦ ଟଙ୍କା ହେବ। ଅର୍ଥାତ ସବୁ ମାସରେ ଅଧିକ ୬୦୦ ଟଙ୍କା ପିଏଫ ଆକାଉଣ୍ଟରେ ଜମା ହେବ, ଯାହାର ସିଧା ପ୍ରଭାବ ଟେକ ହୋମ ସାଲାରୀ ଉପରେ ପଡିବ।

ତେବେ ବାସ୍ତବିକ ପ୍ରଭାବ ଆପଣଙ୍କ ସାଲାରୀ ଷ୍ଟ୍ରକ୍ଚର ଓ ଏବେକା ପିଏଫ ବ୍ୟବସ୍ଥା ଉପରେ ନିର୍ଭର କରିବ। ଏହି ପରିବର୍ତ୍ତନର ଦ୍ୱିତୀୟ ଦିଗଟି ହେଉଛି କର୍ମଚାରୀଙ୍କ ପିଏଫରେ ଅଧିକ ପଇସା ଜମା ହେବ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହା ଦ୍ୱାରା ରିଟାୟାରମେଣ୍ଟ ଲାଗି ଜମା ହେଉଥିବା ରାଶି ମଧ୍ୟ ବଢିବ। ଇପିଏଫଓ ଏହା ବି ସ୍ପଷ୍ଟ କରିଛନ୍ତି ଯେ କର୍ମଚାରୀ ଓ ନିଯୁକ୍ତିଦାତା ଅର୍ଥାତ କମ୍ପାନୀଙ୍କ ଯୋଗଦାନ ପୃଥକ ପୃଥକ। ନିଯୁକ୍ତିଦାତାଙ୍କ ଯୋଗଦାନ କର୍ମଚାରୀଙ୍କ ବେତନରୁ କାଟି ଦିଆଯିବନି।