ଭୁବନେଶ୍ୱର ୨୦/୦୩: ମାତ୍ର ୨୨ ମିନିଟ ଚାଲିଲା । SCB ନିଆଁକୁ ନେଇ ପଲିଟିକାଲ୍ ମୈଦାନରେ ଥମୁନି ଘମାସାନ । ଜାରି ରହିଛି ସରକାର ବିରୋଧୀ ବୟାନବାଜି । SCB ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ଲାକାର୍ଡ ଧରି ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ । ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ଗତ ୪ ଦିନ ଧିରି ଗୃହରେ ଅଚଳାବସ୍ଥା । ଗୃହ ଆରମ୍ଭରୁ ବିରୋଧିଙ୍କ ହଟଗୋଳ । ଏସିସିବି ମେଡ଼ିକାଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ। ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟ ଭାଗରେ ପୋଷ୍ଟର ଧରି ପ୍ରତିବାଦ ।

also read..

Today Assembly: ଏସ୍‌ସିବି ତାତିରେ ୩ ଦିନ ହେବ ଗୃହ ଅଚଳ, ଧୋଇଯାଉଛି ଶୂନ୍ୟକାଳ

ଅନ୍ୟପଟେ ହୋ ହାଲ୍ଲା ଭିତରେ ଗୃହରେ ଉତ୍ତର ରଖୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବାଚସ୍ପତିଙ୍କ ପୋଡିୟମକୁ ଚଢ଼ିବାକୁ ବିଜେଡି ବିଧାୟକଙ୍କ ଉଦ୍ୟମ । ବିଜେଡି କହିଛି, ଆମ ସରକାରବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ । ତେଣୁ ବର୍ତ୍ତମାନର ସ୍ବାସ୍ଥ୍ୟମନ୍ତ୍ରୀ ନୀତି ଓ ନୈତିକତା ଦୃଷ୍ଟିରୁ ପଦ ଛାଡ଼ନ୍ତୁ ଏବଂ ମେଡ଼ିକାଲ୍ ଅଧ୍ୟକ୍ଷ ବି ଗିରଫ ହୁଅନ୍ତୁ। ନଚେତ ଗୃହରେ ପ୍ରତିବାଦ ଜାରି ରହିବ।