UP ଉନ୍ନାଓରେ ଭୟଙ୍କର ସଡ଼କ ଦୁର୍ଘଟଣା, ବସକୁ ଚିରିଦେଲା ଦ୍ରୁତଗାମୀ ଟ୍ରକ, ୭ ମୃତ ୨୫ ଆହତ

Published By : Prameya-News7 Bureau | April 28, 2024 IST

ଉନ୍ନାଓ ୨୮।୪: ଉତ୍ତରପ୍ରଦେଶ ଉନ୍ନାଓରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ମଧ୍ୟାହ୍ନରେ ହୋଇଥିବା ଏହି ଦୁର୍ଘଟଣାରେ ଦ୍ରୁତଗାମୀ ଟ୍ରକ୍ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଇ ଚିରିଦେଇଛି।   ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୨୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକ ଅବସ୍ଥା ଗୁରୁତର କୁହାଯାଉଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଆହତଙ୍କୁ ଉଦ୍ଧାର କରି ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି। 

ଏହି ଦୁର୍ଘଟଣା ସଫିପୁର ଥାନା ଜମଲଦିପୁର ନିକଟରେ ହୋଇଛି। ଘରୋଇ ବସ୍ ଟି ଯାତ୍ରୀ ନେଇ ବାଙ୍ଗରମଉ ଯାଉଥିବା ବେଳେ ଜମଲଦୀପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାର କରି ସଫିପୁର ହସ୍ପିଟାଲକୁ ନିଆଯାଇଥିଲା। ଗୁରୁତର ଆହତଙ୍କୁ ପ୍ରାଥମିକ ଉପଚାର ପରେ ବଡ ମେଡିକାଲକୁ ସ୍ଥାନାନ୍ତର କରି ଦିଆଯାଇଛି। ଦୁର୍ଘଟଣା ପରେ ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। 

ପୋଲିସ ପକ୍ଷରୁ ମୃତ୍ୟୁ ସଂଖ୍ୟା ୬ ବୋଲି କୁହାଯାଉଛି। ଏଥିମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଛି। ମୃତ ଓ ଆହତଙ୍କ ଚିହ୍ନଟ ନିମନ୍ତେ ପୋଲିସ ଉଦ୍ୟମ କରୁଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ୍ ଧକ୍କାରେ ବସ୍‌ରୁ ଯାତ୍ରୀ ସଡ଼କକୁ ଛିଟକି ପଡିଥିଲେ। ଆହତ ଯାତ୍ରୀ ବସ୍‌ରେ ଓହଳି ରହିଥିବା ବେଳେ ସ୍ଥାନୀୟ ଲୋକେ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ମଧ୍ୟରୁ ଅନେକ ଗୁରୁତର ଥିବାରୁ ଜିଲ୍ଲା ହସ୍ପିଟାଲକୁ ଆଲର୍ଟରେ ରଖା ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.