ପ୍ରଚାର ସମୟରେ ଲୋକେ ପଚାରିଲେ ରାହୁଲ ଭାଇ କେବେ ବାହା ହେବେ? ମୁଚକୀ ହସି ମଜାଦାର ଉତ୍ତର ଦେଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | May 13, 2024 IST

internet

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ବ୍ୟସ୍ତ ଥିବା ବେଳେ ଜନତା କିନ୍ତୁ ତାଙ୍କ ବାହାଘରକୁ ନେଇ ଚିନ୍ତିତ। ଏନେଇ ସୋମବାର ରାଇବରେଲିର ଜନତା ତାଙ୍କୁ ତାଙ୍କ ବାହାଘର ନେଇ ପ୍ରଶ୍ନ କରିଛନ୍ତି। ଯାହାକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ମଜାଦାର ଜବାବ ଦେଇଛନ୍ତି। 

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ପାଇଁ ସୋମବାର ରାଇବରେଲିରେ ପହଞ୍ଚିଥିଲେ। ସେଠି ଜନସଭାରେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ଲୋକେ ତାଙ୍କୁ ବିବାହ କେବେ କରିବେ ବୋଲି ପଚାରିଥିଲେ। ରାହୁଲ ଜନତାଙ୍କ ପ୍ରଶ୍ନ ଶୁଣି ନପାରିବାରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ପଚାରିଥିଲେ। ପ୍ରିୟଙ୍କା କହିଥିଲେ, ଲୋକେ ପଚାରୁଛନ୍ତି ଆପଣ କେବେ ବିବାହ କରିବେ ? ଏଥିରେ ରାହୁଲ ମୁଚକି ହସି ଦେଇ ମଜାଦାର ଉତ୍ତର ଦେଇଥିଲେ।

ପ୍ରକୃତରେ ମାଆ ସୋନିଆ ଗାନ୍ଧୀ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଫାଙ୍କା ହୋଇଥିବା ରାଇବରେଲି ଆସନରୁ ରାହୁଲ ଗାନ୍ଧୀ ପ୍ରାର୍ଥୀ ହୋଇଛନ୍ତି। ତେଣୁ ସେ ସୋମବାର ରାଇବରେଲିରେ ପହଞ୍ଚି ପ୍ରଚାର କରିଥିଲେ। ରାହୁଲଙ୍କୁ ସହଯୋଗ କରିବାକୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଚାରରେ ଥିଲେ। ସୋମବାର ଭାଇ ଭଉଣୀ ଦୁହେଁ ମହାରାଜଗଞ୍ଜରେ ପ୍ରଚାର କରୁଥିବା ବେଳେ,ଏଭଳି ମଜାଦାର ଘଟଣା ଦେଖିବାକୁ ମିଳିଥିଲା।



ପ୍ରିୟଙ୍କା ଗାନ୍ଧୀଙ୍କ ଅତଟୁ ଭଲପାଇବା ଓ ସହଯୋଗ ପାଇଁ ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କୁ ମଞ୍ଚ ଉପରକୁ ଡାକି ତାଙ୍କୁ ସ୍ନେହଁ କରିଥିଲେ। ଏବଂ ସହଯୋଗ ପାଇଁ ସେ ପ୍ରିୟଙ୍କାଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ପଚାରିଥିଲେ- ରାହୁଲ ଭାଇ ଆପଣ କେବେ ବିବାହ କରିବେ? ରାହୁଲଙ୍କୁ ପ୍ରଶ୍ନ ଠିକ୍ ଭାବରେ ଶୁଭିଲା ନାହିଁ। ଏଥିପାଇଁ ସେ ପ୍ରିୟଙ୍କାଙ୍କୁ ପଚାରିଥିଲେ। ଏଥିରେ ପ୍ରିୟଙ୍କା କହିଥିଲେ ଲୋକେ ପଚାରୁଛନ୍ତି ଆପଣ କେବି ବିବାହ କରିବେ? ଏଥିରେ ରାହୁଲ ଗାନ୍ଧୀ ମୁଚକୀ ହସିଥିଲେ। ଆଉ କହିଥିଲେ- ଏବେ ଜଲଦି ହେଇଯିବି। ଏହାପରେ ସମସ୍ତେ ହସିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।  

 

  • Lok Sabha Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.