ନୂଆଦିଲ୍ଲୀ: ଏକଦା ଅରବିନ୍ଦ କେଜରିଓ୍ବାଲଙ୍କ ଗୁରୁ କୁହାଯାଉଥିବା ଆନ୍ନା ହଜାରେ ଏବେ ପୁଣି ନିଜ ଶିଷ୍ୟଙ୍କୁ ସମାଲୋଚନା କରିଛନ୍ତି। ଆନ୍ନା ହଜାରେ କହିଛନ୍ତି ସ୍ବଚ୍ଛ ଆଶାୟୀ ତଥା ସ୍ବଚ୍ଛ ଚରିତ୍ର ଥିବା ରାଜନେତାଙ୍କୁ ବାଛନ୍ତୁ। ଏମିତି ନହେଉକି ଯେଉଁ ଲୋକଙ୍କୁ ବାଛନ୍ତୁ ଯାହାଙ୍କ ପଛରେ ଇଡି ପଡ଼ିଛି। ଭୋଟର ଉଚିତ ପ୍ରାର୍ଥୀଙ୍କୁ ଜିତାନ୍ତୁ।
ଅବଶ୍ୟ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆନ୍ନା ହଜାରେ କେଜରିଓ୍ବାଲଙ୍କ ଟାର୍ଗେଟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ମଦ ଦୁର୍ନୀତି ମାମଲାକୁ ନେଇ ଅରବିନ୍ଦ କେଜରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି। ଆନ୍ନା ହଜାର କହିଥିଲେ ଯେ, ତାଙ୍କ ଭଳି ବ୍ୟକ୍ତି ଅବକାରୀ ନୀତି ଗଢ଼ିବା ଦୁଃଖଦ ।
ଆଉ ଏବେ ପୁଣି କେଜରିଓ୍ବାଲଙ୍କୁ ଟାଗେର୍ଟ କରିଛନ୍ତି ଆନ୍ନା। ସୋମବାର ଆନ୍ନା କହିଛନ୍ତି ‘‘ଦେଶକୁ ଶାସନର ଚାବି ଭୁଲ ହାତରେ ନଦିଆଯିବା ଦରକାର। ଆଜି ଲୋକତନ୍ତ୍ର ଏକ ବଡ଼ ଉତ୍ସବ ଏବଂ ସମସ୍ତଙ୍କୁ ଏଥିରେ ଭାଗ ନେବା ଦରକାର, ତଥା ଚରିତ୍ରବାନ ଏବଂ ସଚ୍ଚୋଟ ବ୍ୟକ୍ତିଙ୍କ ପାଇଁ ମତଦାନ କରିବା ଦରକାର। ଯେହେତୁ ଚାବି ମତଦାତାଙ୍କ ହାତରେ ରହିଛି ଏଥିପାଇଁ ଏହି ଚାବିକୁ ଉଚିତ ହାତରେ ଦେବା ଦରକାର। ସ୍ବଚ୍ଛ ଆଶାୟୀଙ୍କୁ ବାଛନ୍ତୁ। ସ୍ବଚ୍ଛ ଚରିତ୍ର ଥିବା ରାଜନେତାଙ୍କୁ ବାଛନ୍ତୁ। ଏମିତି ନହେଉକି ଯେଉଁ ଲୋକଙ୍କୁ ବାଛନ୍ତୁ ଯାହାଙ୍କ ପଛରେ ଇଡି ପଡ଼ିଛି।’’
ଆହୁରି ପଢ଼ନ୍ତୁ: ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ସ୍ବାତୀ ମାଲିଓ୍ବାଲଙ୍କ ସହ ଦୁର୍ବ୍ୟବହାର, ଥାନାରେ ମାମଲା
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସିଧାସଳଖ ଟାର୍ଗେଟ କରି କହିଛନ୍ତି ‘‘ମୁଁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ନାଁ ଆସିବା ପରେ ଅରବିନ୍ଦ କେଜରିଓ୍ବାଲଙ୍କ କଡ଼ା ଆଲୋଚନା କରୁଛି। ସେ ଏହି ଦୁର୍ନୀତି କରିଥିଲେ କାରଣ ସେ ମଦ ନିଶାରେ ଥିଲେ। ଏଭଳି ଲୋକଙ୍କୁ ପୁଣି ନବାଛିବା ଦରକାର।’’ ଆନ୍ନା ହଜାରେ ଏହା ପୂର୍ବରୁ ମଧ୍ୟ ଅନେକ ଥର ଅରବିନ୍ଦ କେଜରିଓ୍ବାଲଙ୍କୁ ସମାଲୋଚନା କରିସାରିଛନ୍ତି।
ଉଲ୍ଲେଖଯୋଗ୍ୟ, ୟୁପିଏ ସରକାର ସମୟରେ ଆନ୍ନା ହଜାରେଙ୍କ ନେତୃତ୍ବରେ ଦୁର୍ନୀତି ବିରୋଧରେ ଆନ୍ଦୋଳନରେ ସାମିଲ ହୋଇଥିଲେ କେଜରିଓ୍ବାଲ। କେବଳ କେଜରିଓ୍ବାଲ ହିଁ ନୁହେଁ ଏହି ସମୟରେ ଆନ୍ନା ହଜାରେ ଅନଶନରେ ବସିଥିବା ସମୟରେ ତାଙ୍କ ସମର୍ଥନରେ ପ୍ରଶାନ୍ତ ଭୂଷଣ, କୁମାର ବିଶ୍ବାସଙ୍କ ସମେତ ଅନେକ ଲୋକ ମଧ୍ୟ ସାମିଲ ହୋଇଥିଲେ।
ତେବେ ଆନ୍ନା ହଜାରେ ଏହି ଆନ୍ଦୋଳନକୁ ଅଣ ରାଜନୀତିକ ରଖିବାକୁ ଚାହୁଥିଲେ। କିନ୍ତୁ ଅରବିନ୍ଦ କେଜରିଓ୍ବାଲ ଏବଂ ତାଙ୍କର କିଛି ସାଥୀ ରାଜନୀତିକ ଦଳ ଗଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଫଳରେ ଆନ୍ନା ହଜାରେ ଏବଂ ଅରବିନ୍ଦ କେଜରିଓ୍ବାଲଙ୍କ ରାସ୍ତା ଅଲଗା ହୋଇଯାଇଥିଲା।