ସମ୍ବଲପୁର ୦୯।୦୮ : ଡ଼ରାଇଲାଣି ପୁଣି ଉପରମୁଣ୍ଡର ବର୍ଷା । ଓଡ଼ିଶାରେ ବର୍ଷା କାଁ ଭାଁ ହେଉଥିବା ବେଳେ ଉପରମୁଣ୍ଡରେ ଛେଚୁଛି ବର୍ଷା । ଯାହାଫଳରେ ହୀରାକୁଦ ଜଳଭଣ୍ଡାରକୁ ଅଧିକ ମାତ୍ରାରେ ବନ୍ୟା ଜଳ ପ୍ରବେଶ କରୁଛି । ଯାହାକୁ ଦୃଷ୍ଟିରେ ରଖି ହୀରାକୁଦର ଜଳଭଣ୍ଡାରରେ ଅଧିକ ଗେଟ୍ ଖୋଲାଯାଇଛି । ଏହାଦ୍ୱାରା ତଳିଆ ଅଞ୍ଚଳରେ ଏବେ ବନ୍ୟା ସ୍ଥିତି ହେବାର ଅନୁମାନ କରାଯାଉଛି ।

ଉପର ମୁଣ୍ଡରେ ବର୍ଷା ପାଇଁ ବଢ଼ିଲା ଭୟ। ଖୋଲିଲା ହୀରାକୁଦର ଆଉ ୪ ଗେଟ୍ । ବର୍ତ୍ତମାନ ଜଳଭଣ୍ଡାରର ମୋଟ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଚାଲିଛି। ତେବେ ବାମ ପାର୍ଶ୍ବରେ ୮ଟି ଓ ଡାହାଣ ପାର୍ଶ୍ବର ୪ଟି ଖୋଲା ହୋଇଛି। ଏବେ ଜଳଭଣ୍ଡାର ଜଳସ୍ତର ରହିଛି ୬୧୩ . ୭୩ ଫୁଟ । ସେହିପରି ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ ପିଛା ୨ ଲକ୍ଷ ୨୨ ହଜାର ୧୪୫ କ୍ୟୁସେକ ଜଳ ପ୍ରବେଶ କରୁଛି । ବାକି ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ନିଷ୍କାସନ ହେଉଛି ୧ ଲକ୍ଷ ୫୩ ହଜାର ୯୩୭ କ୍ୟୁସେକ ଜଳ। ତଳିଆ ଅଞ୍ଚଳ ଯେପରି ମହାନଦୀ ଏବଂ ତାର ଶାଖା ନଦୀରେ ଜଳସ୍ତର ବଢିପାରେ । ଯାହାଦ୍ୱାରା ତଳିଆ ଅଞ୍ଚଳରେ ବନ୍ୟା ପରି ସ୍ଥିତି ଉପୁଜିପାରେ ।

Also Read:-ଯୁବବର୍ଗଙ୍କୁ ବାହ୍ୟଶକ୍ତିର ପ୍ରଭାବରୁ ଦୂରେଇ ରହିବାକୁ ଆହ୍ୱାନ, ରାଜ୍ୟବ୍ୟାପୀ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ