ଉଦଳା ୧୫।୦୯ : ଭୟଙ୍କର ଦୁର୍ଘଟଣା । ଦ୍ରୁତଗତିରେ ବାଇକ ଚଳାଇବା ହେଲା କାଳ । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ବାଇକ । ଏହି ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ ।

ଖବର ଅନୁଯାୟୀ, ଉଦଳା ଥାନା ଦୁତିକାଦେଇପୁର ଗାଁ ନିକଟରେ ଘଟିଛି ଦୁର୍ଘଟଣା। ସୋମବାର ବିଳମ୍ବିତ ରାତିରେ ତେଲଦିହୁଡି ଗାଁର ବିକାଶ ଦଳେଇ ବେପାରୁଆ ଭାବେ ଗାଡ଼ି ଚଳାଉ ଯାଉଥିଲେ । ବାଇକଟି ଦ୍ରୁତଗତିରେ ଦୁତିକାଦେଇପୁର ଗାଁରୁ ଖଲାଡି ଅଭିମୁଖେ ଯାଉଥିଲେ। ଅଧାରାସ୍ତାରେ ଏକ ବୁଲାଣିରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିଯାଇଥିଲା । ପ୍ରାୟ ୫୦ ମିଟର ତଳଖୁ ଖସି ଏକ ଗଛରେ ପିଟି ହୋଇଥିଲା । ଗଛ ଭାଙ୍ଗିବା ସହ ସେଠାରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା । ଅଚେତ ଅବସ୍ଥାରେ ପଡିଥିବା ଦେଖି ପଥଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଏହାସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ ।

Also Read:-ଓଡିଶା ଆକାଶରେ ଏ କି ଦୃଶ୍ୟ ? ଜହ୍ନ ପଛରେ ଲୁଚିଗଲା ଶୁକ୍ର ଗ୍ରହ...ମିଳିଲା କିଛି ସଙ୍କେତ !

ସେପଟେ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହାସହ ଶବ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି ।