ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ୍ ହରୀଶ ସାଲଭେ ଦିଲ୍ଲୀ ଆନ୍ଦୋଳନକୁ ନେଇ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ଏହି ଆନ୍ଦୋଳନଗୁଡ଼ିକ ପଛରେ ବିଦେଶୀ ଫଣ୍ଡିଂ ଏବଂ ବିଦେଶୀ ଶକ୍ତି ଅଛନ୍ତି । ସେ କହିଛନ୍ତି ଯେ ଭାରତରେ ବାଂଲାଦେଶ ଏବଂ ନେପାଳ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି ।

ହରୀଶ ସାଲଭେ କହିଛନ୍ତି, “ଏହି ଉଦ୍ୟମ ବିଦେଶୀ ପାଣ୍ଠି ଦ୍ୱାରା କରାଯାଉଛି, ଏହି ସବୁ ବିଦେଶରୁ ମୋଟିଭେଟେଡ୍ ବୋଲି ମୁଁ ଅଭିଯୋଗ କରୁଛି ।“ ବରିଷ୍ଠ ଆଇନଜୀବୀ ବିଦେଶୀ ଶକ୍ତି ଆଡ଼କୁ ଅଙ୍ଗିତ କରି କହିଛନ୍ତି ଯେ ବାହାର ଦେଶ ବିଶେଷ କରି ଆମେରିକାକୁ ଭାରତ ଠାରୁ ଅଧିକ କ୍ଷତି ହେଉଛି । ଆମ ଅର୍ଥମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ସବୁ ମୁକ୍ତ ବାଣିଜ୍ୟ ଚୁକ୍ତି ହେଉଛି, କାନାଡା ସହ ଆଲୋଚନା ଆଗକୁ ବଢୁଛି । ଆମେରିକାକୁ ସହ ଆଲୋଚନା ଗୋଟିଏ ସ୍ତରରେ ଆସି ଅଟକିଯାଇଛି ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ହରୀଶ ସାଲଭେ କହିଛନ୍ତି, ନେପାଳରେ କିଏ ଅଶାନ୍ତି ସୃଷ୍ଟି କଲା ସେଥିରେ ସନ୍ଦେହ ଅଛି କି ? ଶ୍ରୀଲଙ୍କାରେ କିଏ କଲା କୌଣସି ସନ୍ଦେହ ଅଛି କି ? ବାଂଲାଦେଶରେ କିଏ କଲା ? ଶେଖ ହସିନାଙ୍କୁ ହଟାଇ ନିଜର ପ୍ରଧାନମନ୍ତ୍ରୀ ବସାଇଲା, କିଏ କରାଇଲା ଏଇ ସବୁ ? ଏ ସବୁ ବାହାର ଶକ୍ତି କରାଉଛନ୍ତି, ଭାରତରେ ମଧ୍ୟ ସେହିପରି ସ୍ଥିତି ତିଆରି କରାଯାଉଛି ।

ସିଜେପି ନେତାମାନଙ୍କ ସମ୍ପର୍କରେ ହରୀଶ ସାଲଭେ କହିଛନ୍ତି, " ଦୀପକେ କିଏ ? ଏହି ସୌରଭ ଦାସ କିଏ? ଜଣେ ୟୁଟ୍ୟୁବର ଅଛି । ସେମାନେ ସମସ୍ତେ କେଉଁଠାରୁ ଆସିଲେ ? ସେ ଜଣେ ଜର୍ମାନ ନାଗରିକ । ସେ ହଠାତ୍ ନେତା ହୋଇଗଲେ । ସେମାନେ ଏତେ ଟଙ୍କା କେଉଁଠାରୁ ପାଉଛନ୍ତି ?" ସେ କହିଛନ୍ତି ଯେ ତାଙ୍କର ବ୍ୟକ୍ତିଗତ ଭାବରେ କୌଣସି ସନ୍ଦେହ ନାହିଁ ଯେ ଏକ ପ୍ରୟାସ କରାଯାଉଛି । ଆଜିର ମୋଦୀ ସରକାର ଫୋକସ୍ ଅଛନ୍ତି, ସେମାନେ ଚିନ୍ତିତ ଯେ ମୋଦୀ ସରକାର ମୁଣ୍ଡ ନୁଆଁଉ ନାହିଁ, ତେଣୁ ତାଙ୍କୁ ହଟାନ୍ତୁ । ଏପରି ଲୋକଙ୍କୁ କ୍ଷମତାରେ ବସାନ୍ତୁ, ଯିଏ ଆମର ବନ୍ଧୁ ଥିବ । ମୋର କୌଣସି ସନ୍ଦେହ ନାହିଁ । ଗତ ୬-୮ ମାସ ଧରି ଏକ ସ୍ପଷ୍ଟ ନମୁନା ଦୃଶ୍ୟମାନ ହେଉଛି । ଏହାକୁ ମୁକାବିଲା କରିବା ସରକାରଙ୍କ ଦାୟିତ୍ୱ ।"

ହରୀଶ ସାଲଭେ ଜଣେ ପ୍ରସିଦ୍ଧ ବରିଷ୍ଠ ଭାରତୀୟ ଓକିଲ । ସେ ୧୯୯୯ରୁ ୨୦୦୨ ପର୍ଯ୍ୟନ୍ତ ଭାରତର ସଲିସିଟର ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ । ସେ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଧବଙ୍କ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟାଳୟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ । ୨୦୧୫ ମସିହାରେ ତାଙ୍କୁ ପଦ୍ମଭୂଷଣ ପୁରସ୍କାର ଦିଆଯାଇଥିଲା ।