LIVE TV

ଭାଇକୁ ମଦ ପିଆଇବାକୁ ବାରଣ କରିବାରୁ ଗୋଷ୍ଠୀ ସଙ୍ଘର୍ଷ, ୭ ଗୁରୁତର ମେଡିକାଲରେ ଭର୍ତ୍ତି

NEWS7
break

ଭଦ୍ରକ ୨୮।୦୯ : ଭଦ୍ରକ ଜିଲ୍ଲା ପାଳିଆବିଦ୍ଧା ପଞ୍ଚାୟତ ପାଳିଆ ମହାଳିକା ସାହିରେ ଗୋଷ୍ଠୀ ସଂଘର୍ଷ । ନିଜ ଭାଇକୁ ମଦ ନପିଆଇବାକୁ ବାରଣ କରିବାରୁ ଗୋଷ୍ଠୀ ସଂଘର୍ଷ ହୋଇଛି। ଯେଉଁଥିରେ ଦୁଇ ମହିଳାଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, କିଛି ଯୁବକଙ୍କ ସହ ପାଳିଆ ମହାଳିକ ସାହିର ଜଣେ ଯୁବକ ମଦ୍ୟପାନ କରୁଥିଲେ । ଏହା ସମୟରେ ତାଙ୍କ ବଡ଼ ଭାଇ ଆସି ସନ ଭାଇକୁ ଆକଟ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜିଂଝାରପୁର ମଳିକସାହିରର କେତେକ ଯୁବକ ବଡ ଭାଇକୁ ନିସ୍ତୁକ ମାଡ଼ ମରିବା ସହ ଗାଁରେ ପଶି ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ ମହିଳା ସମେତ ୭ ଜଣ ଗୁରୁତର ହୋଇଛି । ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲରେ ୫ ଜଣ ଓ ତିହିଡି଼ ମେଡିକାଲରେ ୨ ଜଣଙ୍କୁ ଭର୍ତ୍ତି କରାଯାଇଛି ।ସେପଟେ ତିହିଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଛି । ଯାହାକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।