Gold Silver Price Today: ଶୁକ୍ରବାର(ଅକ୍ଟୋବର ୯) ସୁନା ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିସଏନସ(IBJA) ଅନୁଯାୟୀ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦରରେ ୧୯୬୮ ଟଙ୍କା ବଢ଼ି ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଛି। ଏହା ପୂର୍ବରୁ ଗତକାଲି ସୁନା ଦର ୧.୪୮ ଲକ୍ଷ ଟଙ୍କା ଥିଲା।

ସେହିପରି ରୁପା ଦରରେ ମଧ୍ୟ ଆଜି ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଏକ କେଜି ରୁପା ଦରରେ ଶୁକ୍ରବାର ୪,୦୬୪ ଟଙ୍କା ବଢ଼ିଛି। ଫଳରେ ରୁପା କିଲୋଗ୍ରାମ ପ୍ରତି ମୂଲ୍ୟ ୨.୨୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏହା ପୂର୍ବୁର ଗୁରୁବାର ରୁପା କେଜି ୨,୧୭ ଲକ୍ଷ ଟଙ୍କା ଥିଲା।

ଚଳିତ ବର୍ଷ ସୁନା ୧୬, ୪୧୫ ଓ ରୁପା ୯,୨୫୦ ଟଙ୍କା ବୃଦ୍ଧି ହେଲାଣି

ଚଳିତ ବର୍ଷ ସୁନା ଓ ରୁପା ମୂଲ୍ୟରେ ଲଗାତର ଉତ୍ଥାନପତ୍ତନ ଦେଖିବାକୁ ମିଳିଛି। ଏହି ଅପ୍-ଡାଉନ ଭିତରେ ୨୦୨୬ରେ ସୁନା ଦର ୧୬,୪୧୫ ଟଙ୍କା ମଙ୍ଗା ହେଲାଣି। ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ସୁନା ଦର ୧.୩୩ ଲକ୍ଷ ଟଙ୍କା ରହିଥିଲା। ବର୍ତ୍ତମାନ ଏହା ୧.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।

Also Read- ଜିଏସ୍‌ଟି କାଉନ୍ସିଲର ୫୭ ତମ ବୈଠକରେ ଗୁରୁତ୍ୱପୂର୍ଣ ପଦକ୍ଷପ;ଜିଏସ୍ଟି ଟିକସ ଅଧିକାରୀଙ୍କ ପାଖରୁ ଗିରଫଦାରୀ କ୍ଷମତାକୁ ପ୍ରତ୍ୟାହାର

ହେଲେ ରୁପା କ୍ଷେତ୍ରରେ କିନ୍ତୁ ଓଲଟା ଗତି ଦେଖିବାକୁ ମିଳିଛି। ରୁପା ପୂର୍ବ ଦର ତୁଳନାରେ ୯,୨୫୦ ଟଙ୍କା ଶସ୍ତା ହୋଇଛି। ୩୧ ଡିସେମ୍ବର ୨୦୨୫ରେ ରୁପା କେଜି ୨.୩୦ ଲକ୍ଷ ଟଙ୍କା ଥିଲା। ହେଲେ ଏବେ ୨.୨୧ ଲକ୍ଷ ଟଙ୍କାକୁ ଖସି ଆସିଛି। ହେଲେ ବଡ଼ କଥା ହେଲା ଚଳିତ ବର୍ଷ ଜାନୁଆରୀ ମାସରେ ଉଭୟ ଧାତୁର ମୂଲ୍ୟ ରେକର୍ଡ ଭାଙ୍ଗିଥିଲା।

ଚଳିତ ବର୍ଷ ୨୯ ଜାନୁଆରୀରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧.୭୬ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଥିଲା। ସେହିପରି ଏକ କିଲୋଗ୍ରାମ ରୁପାର ମୂଲ୍ୟ ୩.୮୬ ଲକ୍ଷ ଟଙ୍କାର ଅଲ୍ଟାଇମ ହାଇରେ ପହଞ୍ଚିଥିଲା।