ନୂଆଦିଲ୍ଲୀ ୨୧।୦୪: ନାସା ରୋଭର କଲା ଆଶ୍ଚର୍ଯ୍ୟଜନକ ଖୁଲାସା । ମଙ୍ଗଳ ଗ୍ରହରେ ମିଳିଲା ସୁନା ଖଣି । "ୱିଚ୍ ହେଜେଲ୍ ହିଲ୍" ନାମକ ଏକ ସ୍ଥାନରୁ ରୋଭରଟି ଏକ ଏପରି ପଥର ପାଇଛି ଯାହା ପୂର୍ବରୁ ମଙ୍ଗଳ ଗ୍ରହରେ କେବେ ଦେଖାଯାଇ ନଥିଲା। ଗତ ୪ ମାସରେ ରୋଭରଟି ଏଠାରୁ ୫ଟି ପଥର ନମୁନା ନେଇଛି । ଆଉ ୭ଟି ପଥର ପରୀକ୍ଷା କରିଛି । ଏହାକୁ ୮୩ ଥର ଲେଜର ସାହାଯ୍ୟରେ ପରୀକ୍ଷଣ କରିଛି ।
ଏହା ରୋଭରର ଏପର୍ଯ୍ୟନ୍ତର ସବୁଠାରୁ ବ୍ୟାପକ ବୈଜ୍ଞାନିକ ଅନୁସନ୍ଧାନ ଥିଲା। କିଛି ପଥର ପ୍ରାୟ ୩.୯ ବିଲିୟନ ବର୍ଷ ପୁରୁଣା। ଏଠାରେ ସେତେବେଳେ ମଙ୍ଗଳ ଗ୍ରହରେ ଉଲ୍କାପିଣ୍ଡ ପଡୁଥିଲା । ଜ୍ୱାଳାମୁଖୀ ଫାଟୁଥିଲା ଏବଂ ହୁଏତ ସେତେବେଳେ ପାଣି ମଧ୍ୟ ବୋହୁଥିଲା । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ମଙ୍ଗଳ ଗ୍ରହରେ ପୁରୁଣା ବିସ୍ଫୋରଣ ଯୋଗୁଁ କିଛି ପଥର ପୃଷ୍ଠକୁ ଆସିଥାଇପାରେ। ଏହା ସେମାନଙ୍କୁ ମଙ୍ଗଳ ଗ୍ରହର ଗଭୀରତାରେ ଲୁଚି ରହିଥିବା ରହସ୍ୟଗୁଡ଼ିକୁ ଜାଣିବାର ସୁଯୋଗ ମିଳିଛି ।
ରିପୋର୍ଟ ଅନୁଯାୟୀ ଗୋଟିଏ ନିର୍ଦ୍ଦିଷ୍ଟ ନମୁନାର ଗଠନ ଏବଂ ବୟସର ଚିହ୍ନ ମିଳିଛି । ଯାହା ଏହାକୁ " ମଙ୍ଗଳ ଗ୍ରହର ଅମୂଲ୍ୟ ଭଣ୍ଡାର" କରିଥାଏ। ଅନ୍ୟ ଏକ ପଥରରେ ସର୍ପଟାଇନ୍ ନାମକ ଏକ ପଦାର୍ଥ ମିଳିଥିଲା, ଯାହା ସୂଚାଇଥାଏ କି ସେଠାରେ ପାଣି ଏବଂ ପଥର ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ହୋଇଥାଇପାରେ। ଏହି ପ୍ରକାରର ପ୍ରତିକ୍ରିୟା ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପାଦନ କରିପାରିବ। ଯାହା ପ୍ରାଚୀନ କାଳରେ ସୂକ୍ଷ୍ମଜୀବମାନଙ୍କ ପାଇଁ ଶକ୍ତିର ଉତ୍ସ ହୋଇଥାଇପାରେ।
ତଥାପି ଏପର୍ଯ୍ୟନ୍ତ ମଙ୍ଗଳରେ ଜୀବନର କୌଣସି ପ୍ରମାଣ ମିଳିନାହିଁ। ରୋଭରଟି ଏକ ସ୍ୱତନ୍ତ୍ର ନମୁନା "ଗ୍ରୀନ୍ ଗାର୍ଡେନ୍" ମଧ୍ୟ ସୁରକ୍ଷିତ କରିଛି । ଯାହାକୁ ଭବିଷ୍ୟତରେ ପୃଥିବୀକୁ ଫେରାଇ ଆଣିବାକୁ କରାଯାଇଛି ଯୋଜନା । ବିଳମ୍ବ ଏବଂ ଅଧିକ ଖର୍ଚ୍ଚ ହେତୁ ଏହି ନମୁନାଗୁଡ଼ିକୁ ପୃଥିବୀକୁ ଆଣିବାକୁ ଥିବା ମିଶନକୁ ଏବେ ୨୦୪୦ କିମ୍ବା ତା’ଠାରୁ ଅଧିକ ଦିନ ସ୍ଥଗିତ ରଖାଯାଇପାରେ । ସେପର୍ଯ୍ୟନ୍ତ ଏହି ମୂଲ୍ୟବାନ ଆବିଷ୍କାରଗୁଡ଼ିକ ମଙ୍ଗଳ ଗ୍ରହରେ ରହିବ।