ତେହରାନ: ଇରାନର ସାମୁଦ୍ରିକ ବ୍ୟାପାରକୁ ବରବାଦ କରିବାକୁ ଅଣ୍ଟା ଭିଡ଼ିଛି ଆମେରିକା । ଏଥିଲାଗି ଦେଶର ସମସ୍ତ ବନ୍ଦରରେ ନାକାବନ୍ଦୀ କରିଛି। କିନ୍ତୁ ଇରାନ ନିକଟରେ ଏହାର ବିକଳ୍ପ ମଧ୍ୟ ରହିଛି। ଦୀର୍ଘ ଦୀର୍ଘ ସମୟ ଧରି ଆମେରିକୀୟ କଟକଣାର ଶିକାର ହୋଇଥିବା ରୁଷ ଠାରୁ ଶିଖି ଏବେ ଇରାନ ଆମେରିକାକୁ ମାତ୍ ଦେଉଛି।

ନ୍ୟୁୟର୍କ ଟାଇମ୍ବର ରିପୋର୍ଟ ଅନୁସାରେ, ଇରାନ ସହ ଜଡ଼ିତ ଜାହାଜ ନିଜ ଗତି ଗତିବିଧିକୁ ଲୁଚାଇବାକୁ ଏବେ ‘ସ୍ଫୁଫିଙ୍ଗ’ ଭଳି ଭ୍ରମାତ୍ମକ ଟ୍ରାକିଂ ପ୍ରଯୁକ୍ତିର ବ୍ୟବହାର ବଢ଼ାଇଛନ୍ତି। ନିଜ ପରିଚୟ ଲୁଚାଇବାକୁ ସେମାନେ ଟ୍ରାନସପୋଣ୍ଡର ବନ୍ଦ କରୁଛନ୍ତି। ନହେଲେ ମିଥ୍ୟା ପରିଚୟରେ ତଥ୍ୟ ପ୍ରସାର କରୁଛନ୍ତି ଯାହାକୁ ଜାଣିବା କଷ୍ଟକର ହୋଇଯାଇଥାଏ। ଏଭଳି ପଦକ୍ଷେପ ଦ୍ଵାରା ଇରାନର ଅନେକ ଜାହାଜ ଆମେରିକାର ଅବରୋଧ ସତ୍ତ୍ୱେ ପରିଚୟ ଗୋପନ ରଖି ହଜରେ ହର୍ମୁଜ ପ୍ରଣାଳୀ ପାର କରୁଛନ୍ତି।

ଅନ୍ତର୍ଜାତୀୟ ସାମୁଦ୍ରିକ ନିୟମ ଅନୁସାରେ, ବଡ଼ ବ୍ୟବସାୟିକ ଜାହାଜ ଟ୍ରାନ୍ସପୋଣ୍ଡକୁ ସଞ୍ଚାଳିତ କରିବା । ଜାହାଜର ପରିଚୟ ଏବଂ ମାର୍ଗ ସଂପର୍କରେ ପ୍ରସାରଣ କରେ କିନ୍ତୁ ଜାହାଜଗୁଡ଼ିକ ଚାହିଁଲେ ଏହି ସିଷ୍ଟମକୁ ବନ୍ଦ କରିଦେଇପାରିବେ। ଭୁଲ୍ ତଥ୍ୟ ଦେଇପାରିବେ। ଏହାକୁ ‘ସ୍ଫୁଫିଙ୍ଗ୍ ଫିଙ୍ଗ୍ ବୋଲି କୁହାଯାଇଥାଏ।

ରାଡାରରୁ ନିଖୋଜ ହୋଇଯାଇଥାନ୍ତି କିମ୍ବା ପରିବର୍ତ୍ତିତ ପରିଚୟ ସହ ପୁନଃ ନଜରକୁ ଆସିଥାନ୍ତି। ସାମୁଦ୍ରିକ ଗୁଇନ୍ଦା କମ୍ପାନି ୱିଣ୍ଡୱାର୍ଡର ସିଇଓ ଏମି ଡାନିଏଲ କହିଛନ୍ତି, ୨୦୨୨ ୟୁକ୍ରେନ୍ ଯୁଦ୍ଧ ପରେ ରୁଷ୍ ଆମେରିକାର କଟକଣାରୁ ବରିବାକୁ ଏହିଭଳି ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରୁଥିଲା। ବର୍ତ୍ତମାନ ରୁଷ ଠାରୁରୁ ଶିଖି ଇରାନ ଏଭଳି କରୁଛି। ଏଥିଯୋଗୁ ଏଥିରେ ଜାହାଜର ଗତିବିଧି ଉପରେ ନଜର ରଖି ରଖିବା କଷ୍ଟକର ହୋଇପାରେ।