ଅନୁଗୋଳ: ବିଦ୍ୟୁତ ମରାମତି ବେଳେ ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍। ଅନୁଗୋଳ ଗାନ୍ଧିମାର୍ଗ ନିକଟସ୍ଥ ଅମଲାପଡ଼ା ଠାରେ ନ୍ୟାଚୁରାଲ ଗ୍ୟାସ୍ ପାଇପ୍ ଲାଇନ୍ ଫାଟିଥିବା ଜଣାପଡ଼ିଛି। ଅପରାହ୍ଣରେ ବିଦ୍ୟୁତ ବିଭାଗର କର୍ମଚାରୀ ମରାମତି କାମ କରୁଥିବା ବେଳେ ପାଇପ ଲାଇନରେ ଆଘାତ ଲାଗିଥିଲା। ଫଳରେ ଏଥିରୁ ଗ୍ୟାସ୍ ଲିକ୍ ଆରମ୍ଭ ହୋଇଯାଇଥିଲା।

ତେବେ ତୁରନ୍ତ ଦମକଳ ବାହିନୀର ଅଫିସରମାନେ ଆସି ଘଟଣାସ୍ଥଳରେ ପହଁଞ୍ଚିବା ସହ ଲୋକଙ୍କୁ ଦୂରେଇ ଯିବାପାଇଁ କହିଥିଲେ। ଏହା ସହ ଘଟଣାସ୍ଥଳରେ ଗ୍ୟାସର ଉଭୟ ମୁଣ୍ଡରେ ଥିବା ଭାଲଭକୁ ବନ୍ଦ କରିଥିଲେ। ଫଳରେ ଆଉ ଗ୍ୟାସ୍ ଲିକ୍ ହୋଇନଥିଲା। ସେପଟେ ଗ୍ୟାସ୍ ପାଇପ୍ ମରାମତି କାମ ଖୁବ୍ ଶୀଘ୍ର ଆରମ୍ଭ ହେବା ନେଇ ସୂଚନା ମିଳିଛି।