ଆସିକା: ଗଣେଶ ପୂଜା ପାଇଁ ଗାଁଠୁ ସହର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବେଲଗାଁ ଥାନା ଅନ୍ତର୍ଗତ ଧୋବାଡି ଗ୍ରାମରେ ଅଘଟଣ l ଗଣେଶ ପୂଜା ତୋରଣ ଭିଡୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ l ମୃତ ନାବାଳକ ଜଣକ ହେଲେ ସେହି ଗ୍ରାମର ୧୬ ବର୍ଷୀୟ ସୁଧାଂଶୁ ପାତ୍ର ।

ସୂଚନା ଅନୁସାରେ ଗଣେଶ ପୂଜା ପାଇଁ ଧୋବାଡି ଗ୍ରାମର ଯୁବକ ମାନେ ମିଶି ଗଣେଶ ପୂଜା ମଣ୍ଡପ ତୋରଣ ନିର୍ମାଣ କରୁଥିଲେ l ଏହି ସମୟରେ ୧୬ ବର୍ଷୀୟ ସୁଧାଂଶୁ ପାତ୍ର ଟେଣ୍ଟ ଉପରେ ଚଢ଼ି ତୋରଣ ଭିଡୁଥିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତଳେ ପଡ଼ି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ସାଙ୍ଗମାନେ ଉଦ୍ଧାର କରି ବେଲଗାଁ ମେଡିକାଲରେ ଭର୍ତ୍ତି କରିଥିଲେ।

Also Read: ନୂଆଁଖାଇରେ ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଝଟକା, ଆସନ୍ତାକାଲି ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ଘଟଣାର ସ୍ଥଳରେ ବେଲଗାଁ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍. କେ. ସି. ଜି ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି l