କଟକ ୨୧।୦୯ : ନିଜ ଜେଲରେ ନିଜେ ବନ୍ଦୀ । ଯେଉଁ ଜେଲରେ ରହି ଦିନେ କଏଦୀମାନଙ୍କୁ ସେଲ୍ ଦାୟିତ୍ୱ ଦେଉଥିଲେ । ଆଜି ସେହି କାଳକୋଠରୀରେ ହୋଇଛନ୍ତି ବନ୍ଦୀ । ଚୌଦ୍ଵାର୍ ସର୍କଲ୍ ଜେଲର ଅଧୀକ୍ଷକ ସୁଜିତ ରାଉଳ ଗିରଫ ହୋଇଛନ୍ତି। ଚୌଦ୍ଵାର ଥାନା ପୋଲିସ ତାଙ୍କୁ ଭୁବନେଶ୍ୱର ସହିଦନଗର ବାସଭବନରୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସୁଜିତଙ୍କୁ ଚୌଦ୍ବାର ଜେଲ୍ ହାଜତକୁ ପଠାଇ ଅଣାଯାଇଛି।

ତେବେ ଜଣେ ଜେଲ୍ ଅଧୀକ୍ଷକ ଗିରଫ ହୋଇ ନିଜ ଜେଲରେ ରହିବା ରାଜ୍ୟରେ ପ୍ରଥମ । ମଣ୍ଡଳ କାରାଗାରର ଗୁରୁତ୍ଵପୂର୍ଣ ମିନିଟ୍ ବୁକ୍ସରେ ଚଞ୍ଚକତା କରିବା ନେଇ ସୁଜିତଙ୍କ ନାଁରେ ଚୌଦ୍ଵାର ଥାନାରେ ମାମଲା ରୁଜୁ ହୋଇଥିଲା । ଜେଲରୁ ଦୁଇ ବିହାରୀ ଅପରାଧୀ ଫେରାର୍ ହେବା ପରେ ସୁଜିତ ନିଜକୁ ବଞ୍ଚାଇବା ପାଇଁ ଏଭଳି ଚଞ୍ଚକତା କରିଥିଲେ ବୋଲି ତାଙ୍କ ନାଁରେ ତତ୍ କାଳୀନ ଜେଲର୍ ସନ୍ତୋଷିନୀ ଦାଶ ଏତଲା ଦେଇଥିଲେ। ଗିରଫଦାରୀ ଏଡ଼ାଇବା ପାଇଁ ସୁଜିତ୍ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମ୍ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟରେ ଜାମିନ୍ ଆବେଦନ ବିଚାରାଧୀନ ରହିଛି।

Also Read:-ଚୌଦ୍ୱାର ଜେଲ୍‌ର ପୂର୍ବତନ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ଗିରଫ, କଏଦୀ ଫେରାର ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ

୨୦୨୫ ଅକ୍ଟୋବର ୨ ତାରିଖ ରାତିରେ ଚୌଦ୍ଵାର ଜେଲରୁ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର୍ ହୋଇଯାଇଥିଲେ। ସେ ସମୟରେ ଜେଲର ଅଧୀକ୍ଷକ ସୁଜିତ ରାଉଳ ଡ୍ୟୁଟିରେ ନ ଥିଲେ। ଏହି ବେଆଇନ ଅନୁପସ୍ଥିତିକୁ ଲୁଚାଇବାକୁ ଯାଇ ସେ ଜେଲ୍ ର ମିନିଟ୍ ଟ୍ସ ବୁକ୍ ରେ ଜାଲିଆତି କରିଥିଲେ । ନିଜ ଉପସ୍ଥିତି ଜାହିର କରିବା ସହିତ ଜେଲର୍ ଙ୍କ ଅଜାଣତରେ ତାଙ୍କ କାଗଜପତ୍ରରେ ଜାଲ୍ ଦସ୍ତଖତ ବି କରାଇଥିଲେ। ଏହା ଜେଲର୍ ସନ୍ତୋଷିନୀ ଦାଶ ଜାଣି ଚୌଦ୍ଵାର ଥାନାରେ ଏତଲା ଦେଇଥିଲେ।