କୁଚି ୨୨।୦୯ : ସମ୍ବଲପୁର ଜମନକିରାରେ ଦୁର୍ଘଟଣା। ବାଜା ଗାଡି ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, କେନ୍ଦୁଝର ଶୁଆକାଠିରୁ ସୋନପୁର ଇଚ୍ଛାପୁରକୁ ଫେରୁଥିଲେ ମା ମେଟାକାନି ମ୍ୟୁଜିକ ପାର୍ଟିର ୩୦ ଜଣ ସଦସ୍ୟ। ଫେରୁଥିବା ବେଳେ ବାଜା ଗାଡିଟି ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଜମନକିରା ବାଇପାସ ନିକଟରେ ଛିଡା ହୋଇଥିବା ଏକ ଲୁହାପଥର ବୋଝଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସୋନପୁର ଇଛାପୁରର ଅଭି ସାମନିଙ୍କ ମୃତ୍ୟୁ ଘଟିଛି।

Also Read:-ଖୋର୍ଦ୍ଧା ଜିଲ୍ଲାରେ ୩ ଦିନ ସବୁ ସ୍କୁଲ ଛୁଟି, ଗଭୀର ଅବପାତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ତେବେ ଏତେ ବଡ଼ ଦୁର୍ଘଟଣା ପରେ ଆହତଙ୍କୁ ପ୍ରଥମେ ଜମନକିରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କୁଚିଣ୍ଡା ଓ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି।