କଂଗ୍ରେସ ଛାଡ଼ିଲେ ଟିଟିଲାଗଡ଼ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ

Published By : Prameya-News7 Bureau | March 28, 2024 IST

ଟିଟିଲାଗଡ଼: ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟରେ ବିଜେପି ଏବଂ ବିଜେଡି କିଛି ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ହେଲେ କଂଗ୍ରେସ ଏପର୍ଯ୍ୟନ୍ତ ଜଣେ ବି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଛି। ଆଉ ଏଭଳି ସମୟରେ କଂଗ୍ରେସ ଛାଡ଼ିଛନ୍ତି ଆଉ ଜଣେ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ । ସେ ନିଜର ଇସ୍ତଫା ପତ୍ର AICCକୁ ପଠାଇଛନ୍ତି। ଏହାସହ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

ସୂଚନାଥାଉକି, ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ତିନି ଥର ବିଧାୟକ ହୋଇଥିଲେ। ସେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଥିଲେ। ତେବେ ଆସନ୍ତା କାଲି ବିଜେଡିରେ ଯୋଗଦେବା ନେଇ ସମ୍ଭାବନା ରହିଛି। ସେ ପ୍ରାୟ ୩୮ ବର୍ଷ ଧରି କଂଗ୍ରେସ ସହ ରହିଥିଲେ।

ଶଙ୍ଖ ଧରିଲେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ଏହା ପରେ ସେ ବିଜେଡିରେ ଯୋଗଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.