ସାଲେପୁରରେ ରାହୁଲ ଗାନ୍ଧୀଙ୍କ ପ୍ରତିଶ୍ରୁତି, ସରକାରକୁ ଆସିଲେ ୨୦୦ ୟୁନିଟ ମାଗଣା ବିଜୁଳି

Published By : Prameya-News7 Bureau | April 28, 2024 IST

ସାଲେପୁର ୨୮।୦୪ : ନିର୍ବାଚନୀ ସଜବାଜ । ଆରମ୍ଭ ହେଲାଣି ପ୍ରଚାର । ଏହିକ୍ରମରେ ସାଲେପୁରରେ ପ୍ରଚାର କରିଛନ୍ତି ରାହୁଲ ଗାନ୍ଧୀ । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ଏହି ପୂର୍ବତନ ଅଧ୍ୟକ୍ଷ । 

ସେ କହିଛନ୍ତି ଯେ, ଯେମିତି ୨୨-୨୫ ଆରବପତିଙ୍କୁ ନରେନ୍ଦ୍ର ମୋଦି ଦେଶ ଚଳାଉଛନ୍ତି । ସେମିତି ଓଡିଶାରେ ନବୀନ ପଟ୍ଟନାୟକ କିଛି ବଛା ବଛା ଲୋକଙ୍କୁ ନେଇ ସରକାର ଚଳାାଉଛନ୍ତି । କିଛି ହାତ ଗଣତି ଲୋକ ଏହାର ଉପକାର ପାଉଛନ୍ତି ଆଉ ଜନତା ସେମିତି ଚାହିଁ ରହିଯାଉଛନ୍ତି । ଓଡ଼ିଶାରେ ବିଜେଡି ଓ ବିଜେପିର ବାହାଘର ହୋଇଛି । ତାହାକୁ ଆପଣ ପାର୍ଟନରସିପ୍ କହିପାରନ୍ତି । ଦୁହେଁ ଏକାଠି। ଦିଲ୍ଲୀରେ ମୋଦି ସରକାର ଆଉ ରାଜ୍ୟରେ ନବୀନ ବାବୁ ସରକାର ପୁରା ଏକ । ସେଠାରେ ସେ ୨୨ ଲୋକଙ୍କୁ ପୁରା ଫାଇଦା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମିଶି ଓଡିଶାର ଜନତାଙ୍କୁ ଲୁଟୁଛନ୍ତି । ମିଳିମିଶି ଓଡ଼ିଶାବାସୀଙ୍କ ଅର୍ଥ ଲୁଟୁଛନ୍ତି ।  

ତେବେ ଯେବେ ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବ । ଯେଉଁମାନେ ଜନତାଙ୍କ ଟଙ୍କା ଲୁଟିଛନ୍ତି । ସେମାନଙ୍କୁ ଦଣ୍ଡ ଦିଆଯିବ । କଂଗ୍ରେସ ସରକାର ଆସିବା ପରେ ତେଲେଙ୍ଗାନାରେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । ଏବେ କର୍ଣ୍ଣାଟକରେ ବି ସେମିତି ହୋଇଛି । ଯଦି ଓଡିଶାରେ ଆମେ ସରକାରକୁ ଆସିବୁ । ତେବେ  ମାସକୁ ୨୦୦୦ ଟଙ୍କା ମହିଳାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯିବ। ୩୦୦୦ ଟଙ୍କା ବେରୋଜଗାରୀ ଯୁବକଙ୍କ ଆକାଉଣ୍ଟକୁ ଯିବ । ୨୦୦ ୟୁନିଟ୍ ମାଗଣା ବିଜୁଳି ବି ମିଳିବ। 

ସେହିପରି ୫୦୦ରେ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ମିଳିବ। କୃଷକୁ ଧାନ କ୍ୱିଣ୍ଟାଲ ପିଛା ୩୦୦୦ ଟଙ୍କା ଦିଆଯିବ । କଂଗ୍ରେସ କ୍ରାନ୍ତିକାରୀ ଆଣିବାକୁ ଯାଉଛି। ଆମେ ସବୁ ଗରିବ ପରିବାର ଲିଷ୍ଟ କରିବୁ। ପ୍ରତି ପରିବାରୁ ଜଣେ ମହିଳାଙ୍କୁ ନାଁ ଚୟନ କରିବୁ।  ସବୁ ଗରିବ ପରିବାରରୁ ଜଣେ ମହିଳାଙ୍କ ନାଁ ଚୟନ କରାଯିବ।  ଆଉ ସେହି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦୦୦ ନୁହେଁ ବର୍ଷକୁ ମିଳିବ ୧ ଲକ୍ଷ ଟଙ୍କା। ପ୍ରତି ମାସରେ ବ୍ୟାଙ୍କ୍ ଆକାଣ୍ଟକୁ ଯିବ ୮୫୦୦ ଟଙ୍କା। 

ଦେଶରେ ନରେନ୍ଦ୍ର ମୋଦି ବେରଜଗାରୀ ଦେଇଛନ୍ତି। ଧନୀ ବ୍ୟକ୍ତିଙ୍କୁ ଚାକିରି ମିଳୁଛି।  କିନ୍ତୁ ହିନ୍ଦୁସ୍ତାନର ବେରୋଜଗାର ଯୁବକଙ୍କୁ ମିଳୁନି ସୁଯୋଗ। ସେଥିପାଇଁ ଆମେ ଏକ ଯୋଜନା ଆଣୁଛୁ ‘ପେହେଲି ନୌକରି ପକ୍କି’। ସବୁ ବେରୋଜଗାର ଯୁବକଙ୍କୁ  ଯାହାଙ୍କ ପାଖରେ ଡିଗ୍ରୀ ଅଛି, ସେମାନଙ୍କୁ ଗୋଟେ ବର୍ଷର ଚାକିରିର ଗ୍ୟାରେଣ୍ଟି ଦେଉଛୁ। ଅର୍ଥାତ୍ ତାଙ୍କୁ ତାଙ୍କର ଅଧିକାର ଦେବାକୁ ଯାଉଛୁ। ପ୍ରାଇଭେଟ୍ ଅଫିସ୍, ସରକାରୀ ହସ୍ପିଟାଲ ଓ ବିଭିନ୍ନ ସ୍ଥାନରେ ଟ୍ରେନିଂ ଚାକିରି ଦେବ କଂଗ୍ରେସ। 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.