ଜଳୁଛି ରାଜଧାନୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଟପିଲା ଭୁବନେଶ୍ବର ତାତି

Published By : Prameya-News7 Bureau | April 28, 2024 IST

ଭୁବନେଶ୍ବର ୨୮।୪: ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ଝୁଲସୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ରବିବାର ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରରେ ୪୩.୨°, କେନ୍ଦୁଝରରେ ୪୨.୭°, ଚାନ୍ଦବାଲିରେ ୪୨.୨ °, ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୦.୬°, ଝାରସୁଗୁଡାରେ ୩୯.୯°, ସମ୍ବଲପୁରରେ ୩୯.୪°, ହୀରାକୁଦରେ ୩୭.୮°, ପୁରୀରେ ୩୪.୯°, ଗୋପାଳପୁରରେ ୩୪.୨°, ପାରାଦୀପରେ ୩୩.୪° ତାପମାତ୍ରା ରେକର୍ଡ ହୋଇଛି ।

ସେହିଭଳି ସକାଳ ୮ ଟା ୩୦ ସୁଦ୍ଧା ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଅନୁଗୁଳରେ ୩୬°, ଭବାନୀପାଟଣାରେ ୩୫.୫°, ତାଳଚେରରେ ୩୫.୪°, ବାରିପଦାରେ ୩୫.୨°, ବାଲେଶ୍ୱରରେ ୩୪.୮°, ଝାରସୁଗୁଡାରେ ୩୪.୪°, କେନ୍ଦୁଝରରେ ୩୪.୮°, ଟିଟଲାଗଡରେ ୩୪°, ଭଦ୍ରକରେ ୩୩.୫°, ଭୁବନେଶ୍ୱରରେ ୩୩.୪°, କଟକରେ ୩୩.୨°, ସମ୍ବଲପୁରରେ ୩୩.୨°, ଚାନ୍ଦବାଲିରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬°C, ବାଲେଶ୍ୱରରେ  ୪୦.୭°C, ଚାନ୍ଦବାଲିରେ ୪୦.୨°C, କେନ୍ଦୁଝରରେ ୪୦°C, ଝାରସୁଗୁଡାରେ ୩୯.୫°C, ସମ୍ବଲପୁରରେ ୩୯.୪°C, ରାଉରକେଲାରେ ୩୯.୪°C, ହୀରାକୁଦରେ ୩୭.୮°C, ପୁରୀରେ ୩୪.୨°C, ଗୋପାଳପୁରରେ ୩୩.୫°C, ପାରାଦୀପରେ ୩୩.୪°C ତାପମାତ୍ରା ରେକର୍ଡ ହୋଇଥିଲା ।

ସେପଟେ ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ବିନ୍‌ସିଟି ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । କଟକ ଓ ଭୁବନେଶ୍ବର ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ରବିବାର ଉଭୟ ଭୁବନେଶ୍ବର ଏବଂ କଟକ ସହର ପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । 

ତେବେ ଶନିବାର ମଧ୍ୟ ଭୁବନେଶ୍ବର ଏବଂ କଟକ ସହର ପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଥିଲା । ଶନିବାର ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୪ ଡିଗ୍ରୀ ପାର୍ କରିଥିଲା ।

You Can Read :

ରାଜ୍ୟର ଅନେକ ସ୍ଥାନରେ ପାରଦ ଉପରମୁହାଁ, ତତଲା କଡେଇରେ ସିଝୁଛି ବିନିକା 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.